ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଭବାନୀ ଶଙ୍କର ଗିରି , ମୟୁରଭଞ୍ଜ

         :: ଜନ୍ମଭୂମି ::

ଯାହାର କୋଳେ ଜନମ ହୋଇଛି 
                      ହସ ଖୁସିରେ ତା ପାଶେ ବଢୁଛି

ମାଆ ପରି ସଦା ପାଳୁଛି ଯିଏ 
                        ମୋର ପ୍ରିୟ ଜନମ ଭୂଇଁ ସିଏ

ସେଇ ତ  ଗଢେ ଜୀବନ ଆମର 
                       ନାହିଁ ଆଉ କେହି ତାଠୁ ନିଜର 

ଚତୁର୍ଦ୍ଦିଗ ବୃକ୍ଷ ଲତା ସମ୍ଭାର 
                          ନଦୀ ଝରଣା ବଢ଼ାଏ ସୁନ୍ଦର

ରାତିରେ ନିର୍ମଳ ଆକାଶେ ଜହ୍ନ 
                      ଆଲୁଅ ଦେଇ ଖୁସି କରେ ମନ 

ଖେଳି ଧୂଳି ବାଲି ସାଙ୍ଗ ଗହଣେ 
                       ମଜାରେ ଗଡ଼ିଛୁ ତାର ଚରଣେ 

ପର ଆପଣାର ବିଚାର ନାହିଁ 
                     ଆମେରେ ସଭିଏଁ ଭଉଣୀ ଭାଇ

ସୁଝି ହେବ ନାହିଁ ତାହାର ମୂଲ୍ୟ 
                     ଜୀବନରେ କିଛି ନାହିଁ ତା ତୁଲ୍ୟ

ଜନ୍ମଭୂମିର ଅବଦାନ ପାଇଁ 
                      ତା ପାଖେ ରହିବା ମୁଣ୍ଡ ନୁଆଁଇ 

ତାର ସେବା ଆମ ପ୍ରଧାନ କାମ 
                         ନିଶ୍ଚିତ ରଖିବା ତାହାରି ନାମ

ଭବାନୀ ଶଙ୍କର ଗିରି,
ଆମ୍ବଡ଼ିହା,ବିଜାତଳା, 
                                          ମୟୁରଭଞ୍ଜ

No comments: