ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ହର୍ଷ ଚଣ୍ଡି , ବଲାଙ୍ଗୀର


            :: ମୋ ଜନ୍ମଭୂମି ::
ମାତୃଗର୍ଭୁ ଯେବେ ହେଲି ମୁଁ ଭୁମିଷ୍ଠ
       ସେଇ ମୋ ଜନମ ଭୂଇଁ
କେତେ ସ୍ନେହ ଭରେ ପାଳୁଛି ମତେ ସେ
       ଭୂଲି ପାରିବିନି ମୁହିଁ। 
ତା‌ହାରି ସୌନ୍ଦର୍ଯ୍ୟ ତାର ପରିବେଶ
        ଲାଗେ କେଡ଼େ ମନୋହର
ମାଆଁ ପରି ସ୍ନେହ କରୁଛି ମତେ ସେ
       ଦେଇଣ କେତେ ଆଦର।
ପବିତ୍ର ମୋର ଏ ଜନ୍ମ ଭୂମି ସତେ
       ଅଟେ ଯେ କେଡ଼େ ମହାନ
ବଞ୍ଚି ଥିବା ଯାଏ ଏ ଜନ୍ମ ଭୂମି କୁ
       କରିବି ମାନ ସମ୍ମାନ।  
ବିଶାଳ ହୃଦୟ ତା କେତେ ଯେ ନିର୍ମଳ
      ସର୍ବଂସହା ଏଇ ମାଟି
ତାର ପ୍ରତି ଯେତେ ଦୁଷ୍ଟାମି କଲେ ବି
      ଫିଟାଏ ନାହିଁ ସେ ପାଟି। 
ଯେତେ ଦୂରେ ଥିଲେ ମନେ ପଡିଯାଏ
      ତା ସ୍ନେହ, ସରାଗ ବାଣୀ
କେତେ ମୋହ ମାୟା ,ଲଗେଇଛି ସତେ
    ପାଖକୁ ଆଣେ ସେ ଟାଣି। 

ଧନ୍ୟ ହେଲି ଆଜି ଜନ୍ମଭୂମି ତଳେ
      ପତାଉଛି ମୁହିଁ ହାତ
ତାର ଶ୍ରୀ ଚରଣେ ମଥାନତ ମୁହିଁ
      କୋଟି କୋଟି ଦଣ୍ଡବତ।।

ନାମ- ହର୍ଷ ଚଣ୍ଡି
ଗ୍ରାମ-ଲକ୍ଷ୍ମଣପୁର, 
ବ୍ଳକ-ଦେଓଗାଁ 
ଜିଲ୍ଲା-ବଲାଙ୍ଗିର

No comments: