:: ପୂଣ୍ୟଭୂମି ମୋ ଜନ୍ମଭୂମି ::
ପୂଣ୍ୟ ଭୂଇଁ ମୋ ଗାଁ ଟି
ସୁନ୍ଦର ତା ପାହାଡ ନଈ
ସୁନ୍ଦର ତା' ନାଁ' ଟି ,
ଏଇ ଆମରି ଗାଁ ଟି ।।
ଜନମି ତାର ଏନ୍ତୁଡି ଶାଳେ
ବୁଲଇ ନିତି ତା' ତୋଟା ମାଳେ
ତାରି ମାଟି ପାଣି ପବନ
ବହେ ଶିରାରେ ଝରଟି ,
ଏଇ ଆମ,,, ।
ସୁନ୍ଦର ତା' ନଦୀର ନୀର
ସମୀର ଯା'ର ବହଇ ଧୀର
ଶୀତଳ ତା'ର ବାଆ ଟି ,
ଏଇ ଆମ ରି,,,,,।
ତାଆରି କୁଞ୍ଜେ ସଞ୍ଜ ସକାଳେ
ଖେଳଇ ନିତି ସାଥୀଙ୍କ ମେଳେ
ପୁଲକେ ଭରେ ହିଆଟି ,
ଏଇ ଆମ ରି,,,,, ।
ତା' ପାଟ ବିଲ ସବୁଜ ବନେ
ଗାଏ କୋଇଲି ମଧୁର ସ୍ୱନେ
କୁସୁମ ଛୁଟେ ବାସଟି,
ଏଇ ଆମ ରି,,,,, ।
ସୁଆଦିଆ ତା ବଣର କୋଳି
ଗୋଟିକି ଗୋଟି କୁସୁମ କଳି
ଫୁଟି ,ପଡଇ ଲୋଟି ,
ଏଇ ଆମ ରି,,,,,,,,।
ବିଲ ପାହାଡ ସବୁଜ ବନେ
ପିକ ନାଚଇ ବରଷା ତାନେ
ଦୋଳାଇ ତାର ପୁଚ୍ଛଟି ,
ଏଇ ଆମ ରି,,,,,,,।
ତା' ଝର ଜଳ ବଡ ମଧୁର
ତା' ପାଟ ବଣ ବଡ ସୁନ୍ଦର
ସରଗ ଯା'ର କୋଳଟି ,
ଏଇ ଆମ ରି,,,,,,,।
ତା ଇନ୍ଦ୍ରଧନୁ ଲାଗଇ ଭଲ
ଆକାଶେ ଭାସେ କଳା ବାଦଲ
ମେଘ ଓଢଣା ଟାଣିକି,
ଏଇ ଆମ ରି,,,,,, ।
ଏଇ ଧରିତି ମାଆ ର କୋଳେ
ଜନମି ଆମେ ହେଲୁ ଧନ୍ୟରେ
ମଧୁର ତା'ର ଭାଷାଟି,
ଏଇ ଆମ ରି,,,,,,।
ତା' ଗାଈ ଗୋଠ ପାହାଡ ବିଲ
ଜାତି ଜାତିକା ତା' ଫଳ ଫୁଲ
ସୁଆଦ ଲାଗେ ପାଟିକି ,
ଏଇ ଆମ ରି,,,,, ।
ବରଷା ଋତେ ଲାଗେ ସୁନ୍ଦରୀ
ଶରତ କାଳେ ତୋଫା ତା ଶିରି
ସୁନ୍ଦର ଦିଶେ ଦାଣ୍ଡଟି,
ଏଇ ଆମ ରି,,,,,,।
ଆକାଶ ଦେଶେ ଚାନ୍ଦିନୀ ହସେ
କାଶତଣ୍ଡୀ ବଣ ଷୁସମା ଦିଶେ
ଅପରୂପ ତା' ବେଶଟି,
ଏଇ ଆମ ରି,,,,,,,।
ସଞ୍ଜ ପାହାଁନ୍ତି ଶୀତୁଆ ରାତି
ବୁଢାଠୁଁ ଶିଶୁ ନିଆଁ ପୁଅଁନ୍ତି
ଥରାଇ ଦିଏ ହିଆଟି ,
ଏଇ ଆମ ରି ,,,,,।
ବସନ୍ତ ଆସେ ସେ ମଧୁ ମାସେ
ବଉଳେ ଆମ୍ବ ବଡ ସୁବାସେ
ଚହଟି ଯାଏ ବାସଟି,
ଏଇ ଆମ ରି,,,,,,।
ନୟନେ ଭରେ ତା' ରୂପ ଛବି
ତା' ବନ ଭୂମି କଲା ଯେ କବି
ସ୍ନେହ ମମତା ଦେଇକି,
ଏଇ ଆମ ରି,,,,,,।
କେବେ କି ଆମେ ଭୁଲିବୁ ତାହା
ତା' ଛବି ଦେଖି ଭାଳୁଛୁ ଯାହା
କି ସୁନ୍ଦର ତା' ହୃଦଟି ,
ଏଇ ଆମ ରି,,,,,,,।
ଯୋଗାଇ ନାନା ତା' ସରଞ୍ଜାମ
ଦୁନିଆଁ କୋଣେ ବଞ୍ଚିବା ପାଇଁ
ଫିଟାଏ ନୂଆ ରାହାଟି ,
ଜନ୍ମ ଭୂମି ମୋ"ମାଆ' ଟି ....।
ସାଧନା ପଣ୍ଡା ,କଳ୍ପନା ଭୁବନେଶ୍ବର
No comments:
Post a Comment