ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ରାଜଗୁରୁ ସିଅ , ବାଲେଶ୍ଵର


             🤝ସଂପର୍କ🤝
                        ✍️ରାଜଗୁରୁ ସିଅ

ସଂପର୍କ କାହା ପାଇଁ ତର୍କ ସେ ତ ପୁଣି  ଆଉ କାହା ପାଇଁ ବିତର୍କ ;
କାହାକୁ କରେ ସତର୍କ ପୁଣି କାହା ପାଇଁ ସାଜେ ରକ୍ଷକ  ||
ଜୀବନ ଛକରେ ହଜାରେ ଲୋକ କେହି ତ ନୁହଁ କାହାରି ;
ଦୁନିଆ ରଂଗମଂଚରେ ଅନେକ ନାଟକ କିଛି ବି ନୁହଁ ଏକାପରି  ||
ସମୟ ଖେଳୁଛି ଏଠି ଛକି ଶୂନର ଖେଳ ;
ସଭିଏଁ ବାହୁଡ଼ିବେ ନିଜନିଜର ଅଭିନୟ ସାରିପୂରିଲେ ବେଳ ||
ବୁଝାବଣା ଅଭାବରୁ ମଣିଷ ହୁଏ ଏଠି କେତେ ଯେ ହିନସ୍ତା ;
ଆପଣାର  ମଣିଷ ଏଠି ପର ହୋଇଯାଏ ବଦଳି ଯାଏ ରାସ୍ତା. ||
ସଂପର୍କର ରଜ୍ଜୁରୁ ଯେବେ ଫିଟିଯାଏ ଗଣ୍ଠି  ;
ସମୟର କାଳଚକ୍ରରେ ସଭିଏଁ ହୋଇଯାଆନ୍ତି ଘାଣ୍ଟି. ||
ସଂପର୍କର ମାନେ ଏଠି କିଛି ନୁହଁ ସବୁକିଛି ସ୍ୱାର୍ଥରଖେଳ ;
ସଂପର୍କ ହଜୁଛି ଏ ମିଛ ସଂସାରେ ଚାଲୁଛି ଛଳନାର ଖେଳ ||
କ୍ଷଣିକ ସୁଖରେ ଭୁଲି  ଯାଉଛନ୍ତି ସଂପର୍କର ମୂଲ୍ୟବୋଧକୁ ;
ମାନବିକତାକୁ ହେୟ କରି ଆଦରି ନେଉଛନ୍ତି  ମିଛ ସ୍ୱାର୍ଥକୁ ||
ସମୁଦ୍ର କୂଳରେ ସାମୁକା ଖୋଜୁ ଖୋଜୁ ମୁକ୍ତାକୁ ଗଲି ପାଇ  ;
ଏ ଭବ ସଂସାରେ କେତେ ଯେ ଖୋଜିଲି ନିଃସ୍ୱାର୍ଥ ସଂପର୍କ ପାଇଲି ନାହିଁ ||    ✨🙏✨


                     ✍️ରାଜଗୁରୁ ସିଅ
                       🌀ବାଲେଶ୍ୱର. 
                  📲7978535007

No comments: