::: ସମ୍ପର୍କ :::
---------------------------------------
*ସମ୍ପର୍କ କେବଳ ଶବ୍ଦ ନୂହେଁ ଏକ
ସୀମା ହୀନ ଶବ୍ଦ କୋଷ
ସୃଷ୍ଟି ପ୍ରକ୍ରିୟାର ଉପାଦାନ ଏକ
କାରଣ ରୂପ। ବିଶେଷ - ୧
ସମ୍ପର୍କର ନାମ ଯୋଗସୂତ୍ର ରକ୍ଷା
ସ୍ୱ-ଧର୍ମ କର୍ମ ପାଳନ
ଶୂନ୍ୟରୁ ପ୍ରକଟ ଭାବକୁ ନିକଟ
ଅଭାବରୁ ସ୍ଥିତି କ୍ଷୀଣ - ୨
ଆଶାର ସମ୍ଭାର ଶକ୍ତିର ସଞ୍ଚାର
ସମ୍ପର୍କ ସେତୁର ଧର୍ମ
ସୁ-ସମ୍ପର୍କ ବୃଦ୍ଧି ଆଣେ ସର୍ବସିଦ୍ଧି
ଜୀବନରେ ପ୍ରତିକ୍ଷଣ ---୩-
ବିନ୍ଦୁର ସମ୍ପର୍କ ସିନ୍ଧୁର ସହିତ
ଆକାଶ, ପାଣି , ପବନ
ଜୀବାତ୍ମା ସହିତ ପରମ୍ ପୁରୁଷ
ଶାସ୍ୱତ ଓ ଚିରନ୍ତନ । -୪-
ଜୀବନ ସହିତ ସଙ୍ଗୀତ ସମ୍ପର୍କ
ମଧୁର ମଧୁର ଲାଗେ
ପ୍ରାରବ୍ଧ ସହିତ କର୍ମର ସମ୍ପର୍କ
ବିହି ଲେଖିଥାଏ ଭାଗ୍ୟେ(୫
ସତ୍ୟର ସମ୍ପର୍କ ସମୃଦ୍ଧି କାରଣ
ପରମ୍ ଶାନ୍ତି ପ୍ରାପତ
ଅସତ୍ୟ ସମ୍ପର୍କ ଅସ୍ଥାୟୀ ଅଯୁକ୍ତ
ନିୟମ ପ୍ରମାଣ ନିୟତ -- (୬
ସତ୍ୟ, ଶାନ୍ତି, ପ୍ରୀତି ଭକ୍ତି ଅନୁରକ୍ତି
ସମ୍ପର୍କ ସେତୁରେ ବାନ୍ଧି
ଜୀବନ ସାହିତ୍ୟ ଲେଖିଯିବା ବନ୍ଧୁ
ସୁମଧୁର ଶବ୍ଦ ଛନ୍ଦି .....(୭
---------------------------------------
ସମ୍ପର୍କ-- ୯୩୩ ୭୫୫ ୩୨୭୪.
ଶ୍ରୀ ସ୍ୱାଧୀନ୍ ଚନ୍ଦ୍ର ଜେନା, ନବରଙ୍ଗପୁର,ଡାବୁଗାଁ,
*************************
ସମ୍ପର୍କ - ଶ୍ରୀ ସ୍ୱାଧୀନ୍ ଚନ୍ଦ୍ର ଜେନା , ନବରଙ୍ଗପୁର

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment