ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ତେଜସ୍ଵିନୀ ସାମଲ , କେନ୍ଦ୍ରାପଡ଼ା

*ସମ୍ପର୍କ*

ଅକସ୍ମାତ...... 
ଜୋସ୍ନା ଵିଧୈୗତ ରଜନୀରେ 
କଳ୍ପନାର ସ୍ରୋତରେ 
ସ୍ବତଃ ଆସିଯାଓ 
ମୋ ଭାଵନାର ରୁପ ନେଇ....

ଫୁଲଭରା ଶୀତୁଆ ସକାଳରେ 
ନାଲିଛିଟ ପକା ସବୁଜ ଶାଢୀର 
       ଓଢଣୀ ତଳେ
ମୁରୁକି ହସିବା ବେଳେ
ଦିଶିଯାଏ ତୁମ ପ୍ରତିବିମ୍ବ..... 

କେବେକେବେ ନିଜେ ନିଜକୁ 
ଚିହ୍ନି ଵି ଚିହ୍ନି ହୁଏନା 
ବେଳେବେଳେ ଚାରିଆଡେ 
ଖାଲି ଦିଶିଯାଏ ଶୂନ୍ୟତା 
ସୁଯୋଗ ମିଳେନା 
ନିଜକୁ ପରଖିଵାକୁ...... 

ଏ କି ସମ୍ପର୍କ ? 
ଯାହା ମେଲାଇ ଦେଇଛି ଆସରା 
ମିଛରେ ଗୁନ୍ଥୁଛି ଗଭାର ଗଜରା 
  ନିଜସ୍ବ ପୃଥିବୀରେ
ଅଣ୍ଡାଳି ଚାଲିଛି ସୁନାର ଫୁଲ 
ଖୋଜୁଛି କାହାର ମଧୁର 
           ଝଙ୍କାର.......

ବେଳେବେଳେ ଇଛା ହୁଏ 
  ଜୀବନର ସ୍ରୋତ 
ରିମଝିମ କରି ଅଷାଢେ ବର୍ଷା
          ଢାଳିଦିଅନ୍ତା କି
 ସଵୁଜ ଘାସର ଗାଲିଚାରେ 
ଇନ୍ଦ୍ରଧନୁର ସାତରଙ୍ଗ ହୋଇ
   ସୁନ୍ଦର ଗଗନେ 
  ଭାସି ଵୁଲନ୍ତା କି.......

ଧେତ୍.!!!
ଏ କି ଆନମନା ମନଟା 
କାହାପାଇଁ  ଏ  ଉଛ୍ବାସ 
   ଏ ଭାଵାଵେଗ 
ବାସ ଖାଲି ନିଜେ ନିଜକୁ 
                ସ୍ବାନ୍ତନା 
କେତେଟା ମୁହୂର୍ତ୍ତ  ଖୁସି ହେଵା
                        ପାଇଁ 
ଏ ଅଵାସ୍ତବ ଭାବନା...... 

ଜାଣେନା କି ସମ୍ପର୍କ 
ତୋ'ର ମୋ ସାଥେ
ତଥାପି ସୁନାର ମହଲ ମିଞି ମିଞି
                 ଆଲୁଅରେ 
ଅନୁଢା ଆଶକ୍ତିରେ ଵାନ୍ଧେ ପ୍ରିତୀ
                         ପ୍ରଣୟ
ମୋ ହୃଦୟ କନ୍ଦରରେ 
                    ଦିଶିଯାଏ
  ତୋ ପ୍ରତିଛବି.....

ତୁ  ଆସି  କହିଯା
କି ନା ଦେଵି ଏ ସମ୍ପର୍କର??
ଆଜି ମୁଁ ସବୁ ଜାଣି ମଧ୍ୟ ଅଜଣା
ଏଦୁନିଆର ଗହଳିରେ ଅମାନିଆ
                         ଅନ୍ତରେ
ଗଢିଚାଲେ ଆଶା ଓ ଭରଷା 
ଏତିକି ଜାଣିଲି  ଏକ ମହାର୍ଘ୍ୟ ମୁହୁର୍ତ୍ତର ସଂଯୋଗ ରେ
ଗଢା ଆମ ସମ୍ପର୍କର ନାଆ..... 

   ତେଜସ୍ଵିନୀ ସାମଲ 
ରାଜକନିକା  କେନ୍ଦ୍ରାପଡ଼ା 
ଅଧ୍ୟାପିକା 
ତୁଳସୀ ମହିଳା ମହାବିଦ୍ୟାଳୟ

No comments: