:: ମୋ ଜନ୍ମଭୂମି ::
ଅଖ୍ଯାତ ପଲ୍ଳୀ ସେ ହୋଇନି ବିଖ୍ଯାତ
ଏ ଯାଏ ମୋ ଗାଁ ସତେ ,
ମାନଚିତ୍ରେ ବି ତ କେଉଁଠି ତା ସ୍ଥାନ
ଜଣା ନାହିଁ ଆହା ମତେ ॥
ଗାଆଁ ନୁହେଁ ସିଏ ମାଁ ଅଟେ ମୋର
ତା କୋଳରେ ଧରିଅଛି ,
ଅଳି ଅର୍ଦ୍ଦଳିକୁ ସହ୍ଯ କରି ମୋର
କେତେ କଥା ଶିଖାଉଛି ॥
ତାର ଧୂଳି ମାଟି ମୋ ପାଇଁ ଚନ୍ଦନ
କପାଳେ ଦିଏଁ ମୁଁ ମାଖି ,
ଜନମଭୂମି ମୋ ରହିଛି ରହିବ
ସୁଖେ ଦୁଃଖେ ହୋଇ ସାଥୀ ॥
ତା ପାଣି ପବନ ଦେହେ ବାଜି ମୋର
ଶରୀର ହୋଇଛି ଟାଣ ,
ପ୍ରତିଦାନେ ତାକୁ କିଛି ନ ଦେଲେ ମୁଁ
ଅପରାଧ ହେବ ଜାଣ ॥
ଗାଁ ଚାରିପାଖେ ସବୁଜ ବନାନୀ
କେଡେ ଶୋଭାବନ୍ତ ଦିଶେ ,
ବିପଦ ବେଳାରେ ବିଭେଦତା ଛାଡି
ସଭିଙ୍କ ମନ ତ ମିଶେ ॥
ଖାଇଅଛି ଏଠି କେତେ ଫଳମୂଳ
ପିଇଛି ଝରଣା ଜଳ ,
ସଖା ସହୋଦର ଗାଆଁରେ ମୋହର
ପାଉଥାନ୍ତି ମତେ ଭଳ ॥
ସରବ ସହନି ଜନମଭୂମି ଗୋ
କରୁଥିବି ତୋର ପୂଜା ,
ତୋ ଯଶ କୀରତି ଗୁଣଗାନ କରି
ଉଡଉଥିବି ତୋ ଧ୍ବଜା ॥
===========××××=========
କବି‐ ଯୁବରାଜ କୁଦେଇ
ଗ୍ରା/ପୋ‐ଇଛାପୁର
ଥା‐ ଡୁଙ୍ଗୁରିପାଲି
ଜି‐ ସୁବର୍ଣ୍ଣପୁର
ମୋ‐ ୭୯୭୮୭୧୯୫୬୩
‐ ୯୯୩୮୮୧୩୭୦୬
No comments:
Post a Comment