ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ସୁବ୍ରତ କୁମାର ଦାସ

  :: ଗୁରୁ ହିଁ ଈଶ୍ୱର ::
ପ୍ରଥମେ ,ଜୀବନେ ଗୁରୁ ପିତାମାତା
ଦୀତିୟେ ମୋର ଶିକ୍ଷକ
ତୃତୀୟ ରେ ମୋର କର୍ଣ୍ଣ ଗୁରୁ ପୂଜ୍ୟ
କରୁଅଛି ଅଭିବ୍ୟକ୍ତ।
ଛୋଟ ହେଉ ଅବା ବଡ଼ 
ଜୀବନ ରେ ଯାହା ଠାରୁ କିଛି ସିଖୁ
ସେ ହିଁ ଗୁରୁ ପରମେଶ୍ଵର।
କେତେ କେତେ ମହା ଜ୍ଞାନୀ
ଗୁରୁ ବିନା କେହି ଜୀବନେ ତାଙ୍କର
ହେଇ ନାହାନ୍ତି ଯେ ସମ୍ନାନି।
ଗୁରୁଙ୍କୁ ନ ମନିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର
ଯେତେ ଯାହା ପଛେ ହେଉ
କେବେ କରିବନି ନିନ୍ଦା ଗୁରୁଙ୍କର
ନହେଲେ ସାଜିବ ଦାଉ।
ପଶୁ ହେଉ କିମ୍ବା ନର ସର୍ବଦା
ସମ୍ମାନ କରିବ ଗୁରୁଙ୍କୁ
ସେ ଯେ ସାକ୍ଷାତ ପରମେଶ୍ଵର।

ସୁବ୍ରତ କୁମାର ଦାସ
ନିମାପଡ଼ା

No comments: