ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ସମୀର କୁମାର ମହାମଲ୍ଲୀକ , ବରଗଡ଼

::-ଗୁରୁ ହିଁ ଇଶ୍ଵର ::

ସର୍ବ ଗୁଣେ ଗରିୟାନ୍
ସାମର୍ଥ୍ୟରେ ଭରପୁର
ମହାନ୍ ସିଏ ସଭିଙ୍କ ଠାରୁ
ଚରଣେ ପ୍ରଣାମ କରୁ
ସିଏ ପରା ଆମ ଗୁରୁ......!

ମାତା ପିତା ସଖା ସିଏ
ଅଟନ୍ତି ଶିକ୍ଷାଦାତା
ପାଇବାକୁ ଜ୍ଞାନ ବୁଦ୍ଧି
ଦେଖାନ୍ତି ସେ ରାସ୍ତା
ସିଏ ପରା ଆମ ଗୁରୁ.....!

ବେଦ ଜ୍ଞାନ ବାଣୀ ଦେଇ
ଶିଖାନ୍ତି ଠିକ୍ ଭୁଲ,
ଉଦାହରଣ ହୋଇ ଦେଖାନ୍ତି
ଫୁଟେ କେମିତି ଫୁଲ
ସିଏ ପରା ଆମ ଗୁରୁ......!

ସତ୍ୟ ପଥେ ଚାଲିବାକୁ
ଦେଖାନ୍ତି ଯେ ବାଟ,
ତାଙ୍କ ପାଇଁ ସର୍ବେ ଆଜ
ହୋଇଛେ ଯେ ଚାଟ
ସିଏ ପରା ଆମ ଗୁରୁ.....!

ସମୀର କୁମାର ମହାମଲ୍ଲୀକ
କୁଶୁର୍ଡା, ସୋହେଲା, ବରଗଡ଼

No comments: