ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ମହମ୍ମଦ ହନିଫ୍ ସାହା , ଭଦ୍ରକ

       :: ମୋ ଜନ୍ମଭୂମି ::
******************
ଏ ମାଟିରୁ ଜନ୍ମ ହୋଇଛି,
ଏ ମାଟିରେ ବଢିଛି,
ଏ  ମାଟିରେ ମରି ମାଟି ହୋଇ ଯିବି,
ଏ ସୁନା ର ମାଟି ମୋ ଜନ୍ମଭୂମି ଭାରତ ।।◾
ତୁ ମୋ ପୂଣ୍ୟ ଭୂମି ,
ତୁ ମୋ କର୍ମଭୂମି ,
ପଲ୍ଲୀ ରୁ ସହର  ,
ସବୁ ତ ତୋହର,
କାଶ୍ମୀର ରୁ କନ୍ୟା କୁମାରୀ  ସବୁଠି ମହକ ତୋହର।। ◾
ପାଶେ ଶୋଭେ କମଳ,  କଇଁ ,ଶସ୍ଯ ଶ୍ୟାମଳ
ଦୂରେ ଶୋଭେ ଝରଣା,  ନଦୀ, ପର୍ବତ  ମାଳ ମାଳ।। ◾
ମନ୍ଦିର, ମସଜିଦ୍, ଗିର୍ଜା ଓ ଗୁରୁଦ୍ଵାର ତୋ' ଦେହର ଦଣ୍ଡାୟମାନ କୀରତି ବହୁ ।।◾
ଏକତା ସୂତ୍ରରେ ଛନ୍ଦାଛନ୍ଦି ହୋଇ.....
ପାଳନ୍ତି,  ବାର ମାସରେ ତେର ପରବ
କେବେ ହୋଲି କେବେ ମହରମ
କେବେ ଦୀପାବଳି କେବେ ଇଦ୍ ର ବଧେଇ....।।◾
କେତେ ଯେ
ଜନମ ନିଅନ୍ତି ଗାନ୍ଧୀ,
ଗୋପବନ୍ଧୁ କଲାମ ତୋ ଦେହରେ....
ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାରେ ତୁ ଆଗରେ.  ......।।◾
ବିଦ୍ବେଷ, ବିଭେଦ, ବିଭ୍ରାନ୍ତ କୁ  ପ୍ରତ୍ୟାଖ୍ୟାନ କରିବା....
ଛୋଟ ପକ୍ଷୀ ଠାରୁ ବି ଖୁବ୍   ଶିଖିବା....◾
ଯିଏ କେବେ ମନ୍ଦିର ରେ
କେବେ ମସଜିଦ୍ ରେ
ରହଣୀ ର ପସରା ମେଲାଏ....◾
ଦୂରୁ ଗ୍ରହ ନକ୍ଷତ୍ର ମଧ୍ୟ
ଆଲୋକ ମାଳାରେ ସଜାନ୍ତି ସବୁ ସମୁଦାୟ କୁ ଅନବରତ......!!! 💞
🔹🔹🔹🔹🔹🔹🔹🔹🔹🔹🔹
ନାମ: ମହମ୍ମଦ ହନିଫ୍ ସାହା ✍️
ନୂଆଗାଁ ,ଧାମନଗର ,ଭଦ୍ରକ ।
ମୋ:9776090824, 8093406796

No comments: