:: ଜନ୍ମଭୂମି ::
ପାହାଡ ପର୍ବତ ଘେରା ବଂଦୂର ରାସ୍ତା
ଏଇ ମୋ ଜନ୍ମଭୂମି ରାୟଗଡା
କୂଳ କୂଳ ନାଦେ ବୋହିଯାଏ
ନାଗାବଳୀ ବଂଶଧାରା
ଆମ ଉପରେ ସଦା ମଝିଘରିଆଣିଙ୍କ କୃପା ll
ଅଙ୍କା ବଙ୍କା ସଡ଼କରେ କେତେ ଯେ ମୋଡ
ସବୁଜ ବନାନୀରେ ଦିଶେ କେଡେ ସୁନ୍ଦର
ମୌସୁମୀରେ ପାହାଡ ଛୁଏଁ ଭସା ବାଦଲ
ଭାରି ପ୍ରକୋପ ଏଠିକା ଶୀତ ll
ଅଳସ ସକାଳର ଅଳସୀ ଫୁଲ
ମହୁଲ ଫୁଲର ମହୁଲି ବାସ
ଆଦିବାସୀ ହୋଉ କି ଅଧିବାସୀ
ଭଲ ପାଇବାରେ ଆମ ନାହିଁ କିଛି ମୁଲ ll
ଜୀବନ ଜୀବିକା ଆମର ଚାଷ
ଖଣିଜ ସମ୍ପଦେ ଆମେ ଗଛିତ
ନିରୀହତା ସବୁ ଆମଠୁ ଶିଖ
ଏକତା ହଉଛି ଆମରି ଅସ୍ତ୍ର ll
ପରମ୍ପରା ଏଠି ଭାରି ନିଆରା
ଖାଦ୍ୟପେୟ ସାଙ୍ଗକୁ ଯାନୀ ଯାତରା
ବିକାଶ ଧାରାର ଆମେ ବାଟୋଇ
ଗର୍ବିତ ଆମେ ଏ ମାଟିର ପାଣି ପବନ ପାଇ ll
ସଂଗୀତା
ରାୟଗଡା
No comments:
Post a Comment