- ମୋର ଜନ୍ମଭୂମି --
ଗଢ଼ିଛି ମତେ ଯେ ପରିଚୟ ଦେଇ
ବଢିଛି ଯା କୋଳେ ମୁହିଁ ହସିଖେଳି
ଯା ପାଣି ପବନ ମତେ ସୁମଧୁର
ଜନ୍ମଭୂମି ସେ ସ୍ଵର୍ଗ ଠାରୁ ବଳି ।।
କାଶ୍ମୀର ଠାରୁ କନ୍ୟାକୁମାରି,
ସୀମା ଅଟଇ ଯାହାର
ଗଙ୍ଗା ଠାରୁ ଗୋଦାବରୀ ଯାଏ
ହୋଇଅଛି ବିସ୍ତାର ।।
ଚାରୁକଳା ଯାହାର ଅତ୍ୟନ୍ତ ସୁନ୍ଦର
ରମଣୀୟ ଵେଶ ଭୂଷା
ଶସ୍ୟ ଶ୍ୟାମଳା ରେ ପରିପୂର୍ଣ୍ଣ
ଏହା ଭିନ୍ନ ସ୍ଥାନେ ଭିନ୍ନ ଭାଷା ।।
ଧରଣୀ କୁ କରେ ଆହୁରି ସୁନ୍ଦର
ତାର ପରମ୍ପରା ସଂସ୍କୃତି
ଚଳଣି, ରହଣି ନୃତ୍ୟ ଗୀତ ସାଥେ
ରହିଛି ଅନେକ କୀର୍ତି।।
କୋଣାର୍କ ତାର ମହିମା ବଖାଣେ
ମନଲୋଭା ତାର ଶିରି
ଚାରି ଧମେ ଦେବା ପୂଜା ପାଇଥାନ୍ତି
ଶୋଭାପାଏ ଖଣ୍ଡଗିରି।।
ବିଜ୍ଞାନ କୌଶଳ ଭାରି ତା ଉନ୍ନତ
ବ୍ୟାଘ୍ର ରହେ ଆୟତ୍ତରେ
ଜ୍ଞାନ ଭଣ୍ଡାରରେ ପରିପୂର୍ଣ୍ଣ ଏହା
ଯୁଗ ଯୁଗ କଥା ରହେ ।।
ତାହାରି ସୁରକ୍ଷା ସେବା ପାଇଁ ସିନା
ଲଢ଼ୁଛନ୍ତି କେତେ ବୀର
କେତେ ଯେ ଅମର ଚୀର ସ୍ମରଣୀୟ
ରଖିବାକୁ ଟେକ ତାର ।।
ଏହି ମୋ ଭାରତ ଭୁଇଁ
ସର୍ବଂସହା ସେଇ
ମମତା ମୟୀ ସେ
ତାପରି ଜଗତେ ନାହିଁ।।
"ଚୀର ନମସ୍ୟା ସେ ଚୀର ବନ୍ଦନୀୟା
ଧନ୍ୟ ଧନ୍ୟ ତାର ଗାଥା
ତା ମହିମା କିଏ ବଖାଣି ପାରେ ମାଁ
ନତ ହୋଇଯାଏ ମଥା।"
ସୁସ୍ମିତା ସାହୁ
ତାଳଶ୍ରିଗିଡା, ବରଗଡ଼
ଦୁରଭାଷ-୮୪୮୦୧୮୩୩୪୬
No comments:
Post a Comment