((ମୋ ନାଁ ସମ୍ପର୍କ))
"ଭାବ, ଭାବନାର ଅତୁଟ ଖିଅଟି
ସ୍ନେହ,ଶ୍ରଦ୍ଧାର ମୂଳ
ଆତ୍ମା ପ୍ରତି ଆତ୍ମାର ସୁଅଟି
ଲଂଘେ ହୃଦୟର କୂଳ ।।୧।।
ଯେଉଁଠୁ ଆରମ୍ଭ ସେଇଠି ମୁଁ ଶେଷ
ସ୍ୱାର୍ଥରେ ଥାଏ ଯେ ସଦା
ସ୍ବାର୍ଥ ସରିଗଲେ ମୁହଁ ମୁଡି ଯାଏ
ହୁଏ ଚିର ଦିନ ବିଦା ।।୨।।
ବାପା ମାଆଙ୍କର ବାତ୍ସଲ୍ୟ ସ୍ନେହରେ
ପୁଅ ଝିଅ ପାଇଁ ଥାଏ
ଦୁନିଆ ବୃକ୍ଷରେ ଯୁଗ ଯୁଗ ଧରି
ବୃନ୍ତ ଫୁଲ ଭାବେ ଥାଏ ।।୩।।
ଭାବ ବିନିମୟ ବିଶ୍ବାସ ସେତୁ ମୁଁ
ଜଗତକୁ ବାନ୍ଧିଥାଏ
ଛଳନା,ଲାଞ୍ଛନା ପ୍ରତାରଣା ହେଲେ
କାଚ ପରି ଭାଙ୍ଗି ଦିଏ।।୪।।
ପର ଆପଣାକୁ ନିଜର କରି ମୁଁ
ଶୂନ୍ୟ ସ୍ଥାନ ଭରି ଚାଲେ
ଥରୋଟିଏ ଦେହେ ଫାଟ ସୃଷ୍ଟି ହେଲେ
ନୀରବରେ କାନ୍ଦି ଭାଲେ ।।୫।।
ଦୂଷ୍ପାପ୍ୟ ପ୍ରାପ୍ତିରେ ଭକ୍ତର ଭକ୍ତିରେ
ଆଶ୍ରିତ ବନ୍ଧନେ ରହେ
ପ୍ରେମ ପ୍ରତାରଣା ରକ୍ତ ସମ୍ପର୍କରେ
ଶେଷ ନିଃଶ୍ୱାସରେ ସହେ।।୬।।
ଲୋଭ,ମୋହ,ମାୟା ସଂସାର କୁହୁକ
ହୁଏ ସର୍ବେ ବଶୀଭୂତ
ସାଇତି ପାରିଲେ ମନ୍ତ୍ର ମୁଗ୍ଧ ହୁଏ
ନ ହେଲେ ହୋଇବେ ଚ୍ୟୁତ ।।୭।।
@ଡମ୍ବରୁଧର ବେହେରା(ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ଡାକ ଘର ନଂ -୭୬୧୨୦୧
ସମ୍ପର୍କ - ୯୪୩୭୭୮୮୪୬୪

No comments:
Post a Comment