::: ଏ ଯୁଗର ସମ୍ପର୍କ :::
ହଜିବାକୁ ଚାହେଁ ଆତ୍ମହରା ହୋଇ
କାହିଁ ସେଇ ଆତ୍ମୀୟତା ।
ପ୍ରତାରଣା ଖାଲି ଅଜାଡି ପଡ଼ଇ
ବହୁ ଦୂରେ ବାସ୍ତବତା।
ଯେତେ ଭାବିଲେ ବି ସଭିଙ୍କୁ ନିଜର
ନୁହେଁ କେହି ଆପଣାର।
ଯନ୍ତ୍ରଣା କୁ ମୋର କିଏସେ ବୁଝିଵ
କୁହେ ଲୁହ ଦୁଇ ଗାର।
ଚାଲୁଛ ଚାଲିବ ଏ ଜୀବନ ଗାଡି
ଅଛି ଆଉ ବହୁ ବାଟ।
ଜୀବନ ମାନେ ଖୋଜୁଛନ୍ତି ସର୍ବେ
ଏ ତ ଛଳନାର ହାଟ।
ସପ୍ନ ମୁଠାଏ ଚୁନା ହୋଇଯିଵ।
ଶେଷ ହଲେ ଏ ଜୀବନ।
ସମ୍ପର୍କର ମାନେ ପ୍ରତାରଣା ଖାଲି
ଭରି ଛନ୍ତି ବେଇମାନ।
🌸🌸🌸🌸🌸
ଦୀପକ ନାୟକ, ଧର୍ମଶାଳା,ଯାଜପୁର
No comments:
Post a Comment