::: ସମ୍ପର୍କ :::
ସମ୍ପର୍କ
ସ୍ନେହ ମମତା
ବିଶ୍ୱାସ ର ଆବେଗ
ପ୍ରେମର ବନ୍ଧନ
ଭୁଲି ହୁଏନି
ଜନ୍ମ ଜନ୍ମାନ୍ତର l
ସୂର୍ଯ୍ୟ ସହ ପଦ୍ମର
ଜହ୍ନ ସହ ସାଗରର
ଦିନ ସହ ରାତିର
ଆକାଶ ସହ ମେଘର
ସମ୍ପର୍କ ଯୁଗ ଯୁଗ ର... l
ସମ୍ପର୍କ
ଆତ୍ମା ସହ
ଆତ୍ମା ର
ମନ ସହ
ମନ ର
ଏକ ମାର୍ମିକ ମିଳନ... l
କିନ୍ତୁ
ମୋତେ ସମ୍ପର୍କର
ସଂଜ୍ଞା ପଚାରନି
ସମ୍ପର୍କ ଏଠି
ବଦଳୁଛି
ପ୍ରତି ମୁହୂର୍ତ୍ତରେ
ବହୁ ରୂପୀ ଏଣ୍ଡୁଅ ଭଳି l
ବିଶ୍ୱାସ ପରିଧିରେ
ବିଷର ପ୍ରଲେପ
ସ୍ୱାର୍ଥର ଅଗ୍ନି କୁଣ୍ଡେ
ଅହରହ ସମ୍ପର୍କର
ପୂର୍ଣାହୂତି l
ଯଦିଓ ସମ୍ପର୍କ
ଏଠି ଆଗ ଭଳି ଅଛି
ତଥାପି ମଣିଷ
ଭାଙ୍ଗି ଦେଉଛି
ସମ୍ପର୍କର ସେତୁ
ଆଉ ଠିଆ କରାଉଛି
ଏକ ବିଶାଳ ପ୍ରାଚୀର
ଜଳୁଛି ନିଆଁ
ଯୁଦ୍ଧ ର..
ସୃଷ୍ଟି ହେଉଛି
ମୃତ୍ୟୁ ର ବିଭୀଷିକା... l
ଡ. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ,
କାଲିମେଳା, ମାଲକାନଗିରି l
No comments:
Post a Comment