ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସୁରଥ କୁମାର ରାଉତ , କଟକ

       "ସମ୍ପର୍କ "
===========<<<<<
ସଂପର୍କ ଅଟଇ ଭାବର ବନ୍ଧନ
    ସଂପର୍କ ଡୋରିରେ ବନ୍ଧା
ଯୁଗ ଯୁଗ ଧରି ରହିଥାଏ ସଦା
       ଭୁଲିଯାଇ ଅପନିନ୍ଦା।
ଭକ୍ତ ଭଗବାନ ମଧୁର ସଂପର୍କ
      ଯୁଗ ଯୁଗ ରହିଅଛି
ସ୍ନେହ,ଶ୍ରଦ୍ଧା ଆଉ ପ୍ରୀତି  ବନ୍ଧନରେ
    ସଭିଙ୍କୁ ବାନ୍ଧି ପାରିଛି।
ସଂପର୍କର ହାତ ଯିଏ ବଢାଇଛି
     ସବୁ ସୁଖ ସେ ପାଇଛି
ସଂପର୍କରେ ଯିଏ ବେଇମାନ କରେ
     କେତେ କଷଣ ସହୁଛି।
ସଂପର୍କ ନୁହଁଇ ବାଲିଘର ଟିଏ
     ଆଜି ଗଢି ଭାଙ୍ଗିଦେବ
ସଂପର୍କର ଡୋରି ଥରେ ଛିଣ୍ତି ଗଲେ
     ଆଉ କି ଯୋଡି ହୋଇବ।
ସଂପର୍କର ବଳେ ମଣିଷ ବଞ୍ଚଇ
       ସୁଖ,ଶାନ୍ତି ମିଳୁଅଛି
ସତ୍ୟ,ଧର୍ମ ଆଉ ସତ୍ ବିଶ୍ବାସରେ
      ଦୁନିଆଁ ଟା ଚାଲୁଅଛି॥
========<<<<<<<<<<<<
ସୁରଥ କୁମାର ରାଉତ
ବନ୍ଧୁପୁର ,ସମିତଙ୍ଗା ,କଟକ
ଯୋଗାଯୋଗ.......୯୩୪୮୧୬୨୨୦୭

No comments: