ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସଂଗୀତା , ରାୟଗଡା

           🤝ସମ୍ପର୍କ🤝
ଜୀବନର ରାଜପଥେ ଗଢ଼ା ହୁଏ ଅନେକ ସମ୍ପର୍କ 
କିଛି ଥାଏ ଅନାବିଳ ତ କିଛି ପୁଣି ତିକ୍ତ 
ସମୟର ସୁଅରେ ବଦଳେ ତା ପରିଭାଷା 
କେବଳ ବାନ୍ଧିପାରେ ତାକୁ ତୀବ୍ର  ଅତ୍ମୀୟତା ll


ବିଶ୍ୱାସର ମଞ୍ଜି ଟିଏ ବୁଣି 
ସ୍ନେହର ବୁନ୍ଦା ସିଞ୍ଚିବାକୁ ହୂଏ 
ପ୍ରୀତିର ପରଶ ପାଇ ନିତି ନିତି  
ଆପେ ଆପେ ସେ ଝଙ୍କାଳିଆ ହେଇଯାଏ ll


ସେ ଛାଇତଳେ କେତେ ଶାନ୍ତି ମିଳେ 
ଭରି ଉଠେ ମନ ପ୍ରାଣ 
ଏ ଆଖି ଦେଖେ ଅହରହ  ଦିବା  ସ୍ବପ୍ନ 
ସମ୍ପର୍କ ପରିଧି ଭିତରେ ସବୁ ଲାଗେ ସୁରକ୍ଷିତ ll

ଅବିଶ୍ୱାସର ଅଳନ୍ଦୁ ଯେବେ ବୁଣେ ତା ଜାଲ 
ଧୀରେ ଧୀରେ ଦାରୁଦୃମ ବି ଲାଗେ ଖୋଳ 
ଶୁଖି ଶୁଖି ଯାଏ ଡାଳ ପତ୍ର ସବୁ 
ରହିଥାଏ ସୁଖିଲା ଚେର କେବଳll 

ଇର୍ଷା,  ଦ୍ୱେଷ, ଶତ୍ରୁତାକୁ  ଯେବେ ଆମେ 
ସମ୍ପର୍କ ସୀମାରେଖାରେ ନ ଦେବା ଅନୁମତି 
ସମ୍ପର୍କର ଦୀପଶିଖାରେ ଆମେ ଆଲୋକିତ ହୋଇ 
ଖେଳିବା ଦୋଳ ଏକାଠି ନିତି ll

ସଂଗୀତା 
ରାୟଗଡା

No comments: