ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ - ମୀର ମୁସ୍ତାକିମ ଅଲ୍ଲୀ , କୋରାପୁଟ

             ଗୁରୁ
         ********
ପଥ ଦେଖାଉ ଥିଲ ସ୍ୱାର୍ଥ ନ ଦେଖି
କିନ୍ତୁ ଆମେ ଦେଖୁଥିଲୁ ଚକ୍ଷୁ ନିରେଖି

ତୁମ ଦକ୍ଷିଣା  ହେବ ନାହିଁ ବ୍ୟର୍ଥ,
ବୁଝିଲେ ହେଲା ତା ଅର୍ଥ ।

ତୁମେ ଜ୍ଞାନର ଗନ୍ତାଘର
               ମନର ଶିକ୍ଷାନୁଷ୍ଠ।ନ ,
ଜ୍ଞାନ ଦୀପ୍ତ ହୁଅଇ ନେଇ ତୁମରି ଜ୍ଞାନ

ଅବଗତ ହେଉ ଚାଲିଲେ ତୁମ୍ଭ ପଥରେ,
ପାଇଥାଉ ମୌଳିକ ନୂତନ
           ଚିନ୍ତାଧାରା ସମ୍ପର୍କରେ ।

ଆଜି ତୁମ ପାଇଁ ଆମେ ପ୍ରଶଂସିତ
ପ୍ରଣାମ ଘେନ ନତମସ୍ତକ ଶତ ଶତ।

କେତେ କଥା ଚିନ୍ତା କରୁଥିଲୁ ତୁମ ପଛେ,
କିନ୍ତୁ ଆଜି ଚେଷ୍ଟା କରୁ ଚାଲିବା ତୁମ ପଥେ ।
    
              ମୀର ମୁସ୍ତାକିମ ଅଲ୍ଲୀ
             ରାମ ନଗର,କୋରାପୁଟ।

No comments: