:: ମୋ ଜନ୍ମଭୂମି ::
ଜନ୍ମ ଭୂମି ମୋର ଭାରତ ମାତା
ତା' ପରି ନୁହଁଇ କେହି ।
ଛୋଟ ଠାରୁ ମୋତେ ବଡ ସେ କରିଛି
ତା' ପ୍ରେମ ମମତା ଦେଇ ।।
ଶିଖାଇଛି ମୋତେ ଭାଇଚାରା ଗୁଣ
ଧର୍ମ ନିରପେକ୍ଷ ଭାବ ।
ବିଶାଳ ହୃଦୟ ପ୍ରଦାନ କରିଛି
ସଭିଙ୍କୁ କ୍ଷମା ସେ ଦେବ ।।
ମନେ ମୋ ଭରିଛି ଅହିଂସା ନୀତିକୁ
ଶରୀରେ ଅମାପ ଶକ୍ତି ।
ନୀତିଶିକ୍ଷା ମୋତେ ପ୍ରଦାନ କରିଛି
କରିବାକୁ ଗୁରୁଭକ୍ତି ।।
ହୃଦୟେ ଦେଇଛି ବନ୍ଧୁତ୍ବ ପ୍ରେମକୁ,
ଯିବାକୁ ସତ୍ୟର ପଥେ ।
ନିର୍ଦ୍ଧେଶ ଦେଇଛି ସତ୍ୟର ପଥଟି
କଣ୍ଟକିତ ହେଉ ଯେତେ ।।
ପିତାମାତା ମୋର ଈଶ୍ୱର ବୋଲିଣ
ଦେଇଛି ମସ୍ତିଷ୍କେ ଜ୍ଞାନ ।
ଭକ୍ତି, ସେବା ଦ୍ଵାରା ପୂଜିବାକୁ ତାଙ୍କୁ
ତେଣୁ ହୁଏ ମୋର ମନ ।।
ମୋ ଭାରତ ମାତା କେଡେ ଯେ ମହାନ,
ତାହାରି ତୁଳନା ନାହିଁ ।
ଜୀବନ ସହିତ ଜୀବିକା ଦେଇଛି,
ତା' ସନ୍ତାନ ହିତ ପାଇଁ ।।
✍️ସୁମନ୍ତ ବେହେରା✍️
🏠ହତାପୁର, ଗଞ୍ଜାମ🏠
No comments:
Post a Comment