" ମୋ ଜନ୍ମ ଭୂମି"
କୁଆଁ କୁଆଁ ରାବେ ଜନମି ଯେ ସ୍ଥାନେ
ସେହି ମୋ ଜନମ ମାଟି
ସହର ନୁହଁଇ ପଲ୍ଳୀ ଗାଆଁ ଟିଏ
ସୁନାଠାରୁ ବଳି ଖାଣ୍ଟି ।
ଭାରତ ବରଷେ ଭୋଗଳ ପୋଥିରେ
ନାହିଁ ଯାର ନାମ ଟିଏ
କିନ୍ତୁ ନିରନ୍ତର ସ୍ନେହ ସଂପର୍କର
ଭାଇଚାରା ଉଦେ ଥାଏ ।
ଉତ୍କଳ ରାଇଜେ ଜନ୍ମ ଭୁମି ମୋର
ସ୍ଥିତ ବୋଲି ବକ୍ଷ ଫୁଳେ
ଯାହାର ବାମାଙ୍ଗେ ଦୀର୍ଘ ରତ୍ନାକର
ଶିକ୍ଷା ଦ୍ୱନ୍ତି ଧ୍ୟୈର୍ଯ୍ୟ ବଳେ ।
କେତେ ସ୍ରୋତସ୍ୱନୀ ଚିର ପ୍ରବାହିନୀ
ଶେଷ ଲକ୍ଷ୍ୟେ ତାଙ୍କଠାରେ
ମିଳେ ମହାନଦୀ ଋଷିକୂଲ୍ୟା ଆଦି
ଜୀବାତ୍ମା ସମ ହର୍ଷରେ ।
ବିଳବାଡି ଖେତ ବନାନୀ ସହିତ
ସୁଜଳା ସୁଫଳା ଶିରୀ
କୀର୍ତ୍ତିର ବିଭୁତି ମୋର ଜନ୍ମ ଭୁମି
କେ' ହେବେ ସଙ୍ଗେ ତା ସରି ।
ତା କୋଳେ ବଢ଼ିଛି ଶାଗ ତଣ୍ଡୁଳାଦି
ଖାଇ ପିଇ ମୋ ଜୀବନ
ଜୀବ ଥିବା ଯାଏଁ ପ୍ରତିଜ୍ଞା ମୋହର
ସୁଝିବି ସତ୍ୱରେ ୠଣ ।
ମହା ମହା ବୀର ସନ୍ତାନ ପ୍ରସବୀ
ଭାରତେ ଉତ୍କଳ ନାଁ
ଶିର ଶୀର୍ଷେ ଜ୍ୟୋତି ସମ ଝଳୁ ଅଛି
ଆମ୍ଭ ପାଇଁ ଆମ ଗାଆଁ ।
ତାର ମମତାର ମାନ ମହତର
ଗାଥା ଗାଇ ନିରନ୍ତର
ସ୍ୱର୍ଗ ଠାରୁ ଆଉ ମୋର ଜନ୍ମ ଭୁମି
ଅଟେ ପୂତ ପବିତ୍ରର ।
ମରଣ ଯେ' କାଳେ ଡ଼ାକରା ଦିଅଇ
ଆଖି ଦୁଇଟିଏ ମୁଦୁ
ତା କୋଳେ ଜନମ ତା କୋଳେ ମରଣ
ଅର୍ପୁବ ତାହାର ଯାଦୁ ।
କ୍ଷୀରୋଦ୍ର ସାହୁ
ହୃଷିକେଶ। ଉତ୍ତରାଖଣ୍ଡ
୯୫୪୮୭୨୩୯୩୨
No comments:
Post a Comment