ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - କାମାକ୍ଷା ପ୍ରସାଦ ସାମଲ , ଢେଙ୍କାନାଳ

..... ଜନ୍ମଭୂମି ....
ଅଟେ ମୋ  ଜନମ ଭୂମି
ଏଇ ବିଶାଳ ଭାରତ ଭୂମି
ସିଏ ଅଟେ ମୋ ମାତୃଭୂମି
ସିଏ ମୋ ଧାତ୍ରୀ  ସିଏ ମୋ ମୈତ୍ରୀ ଅଟେ ମୋ ଜନ୍ମଭୂମି  ll
ଯହିଁ ରହିଅଛି ବହୁ ବନବନାନୀ
ବହି ଯାଇଅଛି ଅନେକ ନଇ
ତଳେ ରହିଅଛି ସୁନାର ଖଣି
ଅଟେ ମୋ କର୍ମମୟୀ ଅଟେ ମୋ ଜନନୀ ll
କାଶ୍ମୀର ଠାରୁ କନ୍ୟାକୁମାରୀ
ଶସ୍ଯଶ୍ୟାମଳରେ ରହିଚି ପୁରି
ବକ୍ଷେ ରହିଅଛି ଅନେକଗିରି
ଉତ୍ତରେ ତୋହରି ଶୋଭା ବଢ଼ାଉଛି ହିମାଳୟ ଗିରି ll
ଦକ୍ଷିଣେ  ରହିଅଛି ମହା ସାଗର
ନୀଳ ବର୍ଣ୍ଣ ଜଳ ତାହାର
ଢେଉରେ ଧୂଉଛି  ଚରଣ ତୋର
ଶୋଭା ବଢ଼ାଉଛି ଆମ ମାତୃଭୂମିର ll
ପୂର୍ବ ରହିଛି ପୂର୍ବଘାଟ
ପଶ୍ଚିମେ ରହିଛି ପଶ୍ଚିମଘାଟ
ଦୁହେଁ ଅଟନ୍ତି ମେଢ଼ୀଖୁଣ୍ଟ
ଟଳାଇ ଦିଅନ୍ତି ବିପର୍ଯୟ ବାନ୍ଧି ବଡ଼ ଆଣ୍ଟ ll
ସବୁଜ ଶ୍ୟାମଳ ତୋହରି  ଭୂଇଁ
ଏଠାରେ ଫୁଟଇ ପଦ୍ମ କଇଁ
ମଳୟ ବହଇ ସାଇଁସାଇଁ
ଅତି ସୁନ୍ଦର ମୋ ଭାରତ ଭୂଇଁ ll
ବସୁମତୀ ଧାନ ବାସି ଉଠଇ
କାନନେ ଯାର ଚନ୍ଦନ ସୁବାଷଇ
ଏପରି ଭୂଇଁ ଜଗତେ ନାହିଁ
ହେନା ମଲ୍ଲୀ ପଦ୍ମର  ଟଗର ଶେଫାଳି ବାସନା ଯହିଁ ll
ତୁ ଜଗତରେ ବଡ ବିଖ୍ୟାତ
ଯହିଁ ରଚିତ ପୁରାଣ ଶାସ୍ତ୍ର
ବେଦ ରାମାୟଣ ମହାଭାରତ
ଯହିଁ ଜନ୍ମିତ କେତେ ସାଧୁସନ୍ଥ ll
ତୋର ଇତିହାସ ଜଗତେ ଖ୍ୟାତି
ଏହା ହେଉଛି ବୀର ପୁରୁଷଙ୍କ ମାଟି
ନେତାଜୀ ବାପୁ ସୁବାସ ବଲ୍ଲଭ ଯହିଁ ଜନ୍ମନ୍ତି
ବିବେକାନନ୍ଦ ପରି ବିଶ୍ୱେ ଖ୍ୟାତି ଅର୍ଜନ୍ତି ll
ତୋହରି କୁଳେ ଆମେ ନେଲୁ ଜନମ
ତୋ ପାଣି ପବନେ  ଗଢା ଆମ ଜୀବନ
ମାତୃଭୁମିର ଆମେ ବଡ ରତନ
ତୋ ପାଇଁ ଦବୁ ଆମେ ଆମ  ଜୀବନ
ବିଶ୍ୱପାରାବାରେ ଆମେ ତୋର ରଖିବୁ ମାନ ll
.......................@...................
କାମାକ୍ଷା ପ୍ରସାଦ ସାମଲ
ନୂଆ
ଠୋକର
ହିନ୍ଦୋଳ
ଢେଙ୍କାନାଳ
ମୋବଇଲ :7735751752

No comments: