ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ସଂଗ୍ରାମ କେଶରୀ ନାୟକ , ପୁରୀ

    ::ଗୁରୁ ହିଁ ଈଶ୍ୱର ::
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶର ।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମୈ ଶ୍ରୀ ଗୁରଵେ ନମଃ ।।
ପିତା ଗୁରୁ ମାତା ଗୁରୁ ଦିକ୍ଷା ଗୁରୁ ସିକ୍ଷା ଗୁରୁ ।
ଏହି ସବୁ ନିତି ରହିଯାଇଅଛି କେଉଁ ଯୁଗରୁ ।।
ହେ ଗୁରୁ ତୂମେ ଦେଇଛ ସିକ୍ଷା ଦେଇଅଛ ସଂସ୍କାର ।
ଦେଇ ଅଛ ତୁମେ ବିଦ୍ୟା ବୁଧି ଜ୍ଞାନ ତୁମେ ହିଁ ଈଶ୍ୱର ।।
ତୁମେ ହିଁ ଆମକୁ ଭଲ ବାଟ ଦେଖାଅ
 କହିଥାଅ ସଂସ୍କାରି ହୁଅ ।
ସଂସାର ରେ ତୁମେ ଭଲ କାମ କର ଅହିଁସା ମାର୍ଗ ରେ ଯାଅ ।।
ତୁମରି ଦୟାରୁ ସଂସାର ଦେଖିଲୁ ପାଇଲୁ କିଛି ଜ୍ଞାନ ।
ତୁମ ପାଶେ ଆମେ କମ ହେଵୁ ଗୁରୁ ତୁମରି ପାଶେ ଅଜ୍ଞାନ ।।
ତୁମେ ହିଁ ହରତା ତୁମେ ହିଁ କରତା ତୁମେ ହିଁ ଆମ ବିଧାତା ।
ସଂସାର ରେ ଆମେ ଯୋଗ୍ୟ ହୋଇବୁ ଥିଲେ ତମୁରି ସରଧା ।।
ହେ ଗୁରୁ ତୁମେ ମଙ୍ଗଳମୟ ତୁମ ବିନା ଗତି ନାହିଁ ।
ଧରଣୀ ମା'ର ଯୋଗ୍ୟ ସନ୍ତାନ ତୁମ ବିନା ମୁକ୍ତି ନାହିଁ ।।
     
       ସଂଗ୍ରାମ କେଶରୀ ନାୟକ
 ସଂଖୁଆ, ଗଡରୁପାସ,ଗୋପ, ପୁରୀ

No comments: