ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଝିଲ୍ଲି କୁମାରୀ ସାହୁ ,ଗଞାମ


    :: ମୋ ଜନ୍ମଭୂମି :: 
ମା 'ଗର୍ଭୁ ଜନମିଲି ଯେବେ  ପାଇଲି    ମାଟିମା ର  ପରସ  ...।
 ପ୍ରଥମ ପରସ  ଅଭୂଲା ହରଶ ...ବିତି ଯେ ଗଲାଣି କେତେବରଷ  ॥
 ତୁମେ  ପରା ମା ଶଷ୍ୟା ଶ୍ୟାମଳା ..... ସବୁଜେ  ସୁଶୋଭିତା   ...କେତେ ନଦନଦୀ , ତଟ ଯେ ସାଗର ତୋ ଅଙ୍ଗେ ବିରାଜିତା .....।
 ମୋ ଜନ୍ମଭୂମି କେତେ ଯେ ସୁନ୍ଦର... ତା ମୁକୁଟ  ରୂପେ ଗିରି ପାଉଛି ଶୋଭିତା....॥ କଟି ସୂତ୍ରତାର କେତେ  ତଟିନି   .....ରତ୍ନାକର ପାଦ     ଧୂଏ ଯେ ପୁଣି .....॥  
 ସବୁଜ ବସ୍ତ୍ରଧାରିଣି  .....ବୀର ପ୍ରସବିନି ମୋଜନ୍ମଭୁମି ..... ରୂପର ତୋର ଅମୂଲ ପରା....।  
ତୋ ବକ୍ଷ ଦେଶେ ସୁନାର  ପସରା ......ତୁହିମା ପୂର୍ଣ୍ଣ୍ୟା ତୁ ହି ପବିତ୍ରା କି ବଖାଣିବି ତୋ ଗୁଣ ଗାରିମା .....ତୋ ବନ ଭୂମି ତରୁ ଲତା ... କେତେ ଜୀବଜନ୍ତୁ .....ସୁନ୍ଦର ସରିତା ...॥
କେତେ ଜ୍ଞାନି,ଗୁଣି,ବୀର ର ଜନନୀ  ...ଯୁଗେ ଯୁଗେ ସୁବର୍ଣ୍ଣ ଇତିହାସ  ରଚିଲୁ ପୁଣି    ।
 ଏ ....ତୁମ ଅମୃତ  ସନ୍ତାନ  ପାରିଲା ଜାଣି....॥ 
କାଳଚକ୍ର  ର  କରାଳ ଭେଟି କେତେଯେ  ଦୂର୍ଦିନ ଦେଇଛି ଭେଟି .......କେତେ ଯାତନା କେତେନିର୍ୟ୍ୟାତନା   ହସି ହସି ସବୁସହିଛି ମୋ ଜନ୍ମଭୂମି  ମାଁ ଟି ....ମୋ ଜନ୍ମଭୂମି  ମାଁ  ଟି  ।।      
                                      
 ଝିଲ୍ଲି କୁମାରୀ ସାହୁ,ବ୍ରାହ୍ମପୁର, (ଗଞାମ୍)

No comments: