::: ସମ୍ପର୍କ :::
°°°°°°°°°°°°°°°°°°°°°°°°°°°°°°°
ସମ୍ପର୍କ ଏକ ସୂତା ଖିଅ
ଯାହା ଛିଡିପାରେନି
ସମ୍ପର୍କର ଅତୁଟ ବନ୍ଦନରେ
ବାନ୍ଧି ହୋଇ ସାରା ଜୀବନ
ବନ୍ଧିହୋଇ ରହିବାକୁ ପଡେ।
ଏଇ ସମ୍ପର୍କର ସ୍ୱଚ୍ଛ ଓ ନିର୍ମଳ
ପବିତ୍ର ବନ୍ଧନ
ଭାବର ମିଳନ।
ଭଗବାନଙ୍କ ବରଦାନ ଭାବ
ଏ ସମ୍ପର୍କକୁ।
ହାତ ଛନ୍ଦା ଛନ୍ଦି ହୋଇ
ସାରା ଜୀବନ କଟାଇବା
ପ୍ରତିଶ୍ରୁତି
କିଏ ବା ଭୁଲିବ।
ସୂନେଲି କିରଣ ସାଜି
ତୁମ ଦେହରେ ବୋଲି ହେବି
ତୁମ ସ୍ପର୍ଶ ହେଇ ରହିବି
ଛାଇ ହୋଇ ଜୀବନ ସାରା
ଏ ସମ୍ପର୍କକୁ ଆଗେଇ ନେବି।
ଫୁଲର ପାଖୁଡା ରେ
ଭଅଁର ବସି ତା କଥା ବୁଝେ
କାହିଁକିନା ସେ ବି ଫୁଲ ସହିତ
କିଛି ସମ୍ପର୍କ ରଖିଛି।
ଆକାଶ ବି ମାଟି ସହିତ ସମ୍ପର୍କ
ରଖିଛି।
ଯାହାଫଲରେ ମାଟି ଶୋଶିଳା ହେଲେ,ଆକାଶ ତା ଭାବନାକୁ
ବୁଝିପାରି ଧରଣୀ ମାତାକୁ
ପାଣି ଟୋପାଏ ଦେଇ
ଏ ମାଟିକୁ ମହକାଇ ଦିଏ।
ଝରଣା ପାହାଡ ଉପରେ
ବୋହିଯାଏ।
କେତେ କଷ୍ଟ ସହେସି ପାହାଡ
ହେଲେ ପ୍ରତିବାଦ କରେ ନାହିଁ
କାହିଁକିନା ପାହାଡ ଆଉ ଝରଣା
ଭିତରେ କିଛି ସମ୍ପର୍କ ରହିଛେ।
ଏମିତି ଏମାନଙ୍କର ସମ୍ପର୍କ
ଏଇ ଜଗତରେ ସମସ୍ତେ ସମ୍ପର୍କର
ଡୋରିରେ ବାନ୍ଧି ହୋଇ ରହିଛନ୍ତି।
ଝରଣା ଧରୁଆ
ଖୁଣ୍ଟିଆ, କୋକସରା
କଳାହାଣ୍ଡି
No comments:
Post a Comment