ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଜନ୍ମଭୂମି - ଅଙ୍କିତା ସାହୁ , ପୁରୀ

     :: ଜନ୍ମଭୂମି ::
🌹🌹🌹🌹🌹,🌹🌹🌹
ମୋ ଜନ୍ମଭୂମି ପୁରୀ ଜିଲ୍ଲା ମାଟି
ତାର ମିଠା ଆଉ ପିଠା ବିଶ୍ୱ ବିକ୍ଷାତ
ଶ୍ରୀକ୍ଷେତ୍ର ମାଟି କନିକା ପ୍ରଣାମ ମୋର ବିଶ୍ୱ ବିକ୍ଷାତ
ପ୍ରଭୁ ଜଗନ୍ନାଥ ପୂଜିତ ସେଇ ମାଟି
ସେହି ମୋ ଜନ୍ମଭୂମି ପୁରୀ ଶ୍ରୀକ୍ଷେତ୍ର ମୁହିଁ ।।

ମନେପଡେ ଆଜି ମୋର ପିଲାଦିନ
କୁନାକୁନି ସାଙ୍ଗ ମେଳ।
ବୋହୁଚୋରୀ  ଠାରୁ କବାଡି ପର୍ଯ୍ୟନ୍ତ
ଖେଳୁଥିଲୁ ଯେତେ ଖେଳ।।
ଏହିତ ଜନ୍ମଭୂମି,, ମୋ ଜନ୍ମଭୂମି।।

ବରଷା ଦିନରେ ପାଣି କାଦୁଅରେ
ଯାଉଥିଲୁ ବିଦ୍ୟାଳୟ।
ଜ୍ଞାନ ଆହରଣେ ଲିପ୍ତ ରହି ଆମେ
ସେବୁଥିଲୁ ଗୁରୁ ପୟ।।
ଆଇରେ ଜନ୍ମଭୂମି, ମୋ ଜନ୍ମଭୂମି।।


ପ୍ରଚଣ୍ଡ ଖରାରେ ଗାଆଁ ଆମ୍ବତୋଟା
ଥିଲା ଆମ ସ୍ୱର୍ଗପୁର।
ଗଛରୁ ବିଛାଇ ଖାଉଥିଲୁ ଆମ୍ବ
ଲାଗୁଥିଲା ଭାରି ମିଠା।
ଏହିତ ଜନମଭୂଇଁ ମୋରୀ ଜନ୍ମଭୂମି।।

ବାପା ଜେଜେବାପା କହନ୍ତି ଆମକୁ
ପରୀ ରାଇଜର କଥା।
ଗପଶୁଣି ଆମେ ଶୋଇପଡୁଥିଲୁ
ତାଙ୍କ କୋଳେ ରଖି ମଥା।।
ମଥାରେ ମାରିଛି ଜନ୍ମମାଠି କହିବି ସାହାରା ଦୁନିଆ ଏଇତ ଜନ୍ମମାଟି ,,ମୋ ଜନ୍ମ ମାଟି।।

କେତେ ଶରଧାରେ ମାଆ କରୁଥିଲେ
ନାନା ରକମର ପିଠା।
ମାଆ ହାତରନ୍ଧା ଆହା କି ମଧୁର
ଲାଗୁଥିଲା ଭାରି ମିଠା।।
 ଏହିତ ଜନମମାଟି,ମୋ ସରଗର ଜନମମାଟି।।

ଜନ୍ମମାଟି ସ୍ମୃତି କେତେଯେ ମଧୁର
ପ୍ରଚଣ୍ଡ ସୁଖ ପ୍ରଦାୟୀ।
ଆହେ ବିଧାତା ମୁଁ କରୁଛି ମିନତୀ
ମୋ ପିଲାଦିନ ଫେରା ତୁହି।।

     *👩‍🎓👩‍🎓 ସମାପ୍ତ👩‍🎓👩‍🎓*
:::::::::::::::::::::::::::::::::::::::::::::::
*ଅଙ୍କିତା ସାହୁ*
*ପୁରୀ / ଓଡିଶା*

No comments: