ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି ଓଡ଼ିଶାରେ - ଅଜିତ କୁମାର ତ୍ରିପାଠୀ , ଗଞ୍ଜାମ

 :: ଆମ ଜନ୍ମଭୂମି  ଓଡ଼ିଶାରେ ::

ଆମରି ଜନ୍ମଭୂମି ଓଡ଼ିଶାରେ
ତାପରି କେହି ନାହିଁ ଦୁନିଆରେ (ଘୋଷା)
ଆମ ରାଇଜ କଥା ଶୁଣ କହୁଛି ଭାଇ  ।
ପବିତ୍ର କ୍ଷେତ୍ର ଅଟେ ଆମ ଜନମ ଭୂଇଁ  ।।
ବିସ୍ତୃତ ଅଞ୍ଚଳ ବୋଲି ଇତିହାସ କହେ  ।
ତାର ପରିଚୟଯେ ଶିଳା ଲିପିରେ ବହେ  ।।
ପ୍ରସିଦ୍ଧି ରହିଛି ସାରା ବିଶ୍ଵରେ  ।୧।

କଳିଙ୍ଗ,କଙ୍ଗୋଦ,ଉତ୍କଳ ଯେ ଉଢ୍ରବିଶା  ।
ଯାହାର ନାମ ଆଜ ହୋଇଅଛି ଓଡିଶା ।।
କଳା,କାରୁକାର୍ଯ୍ୟର ରିହିଅଛି ପ୍ରାଚୁର୍ଯ୍ୟ  ।
ବୀର ପାଇକ ପୁଅର ଅସୀମଯା ଧୌର୍ଯ୍ୟ  ।।
ଖାରବେଳ ବୀରତ୍ଵ ପଣିଆରେ  ।୨।

ସବୁଜ ଅରଣ୍ୟ ଭରା ଖଣିଜ ଖଦାନ ।
ହୀରା,ନୀଳା,ସୁନା,ମୋତି ମଣିକ ଯେସନ ।।
ନଦୀ ନାଳ ନିର୍ଝର,ସେ ବଙ୍ଗୋପ ସାଗର  ।
ମରାଳ ମାଳିନୀ ଚିଲିକା ହ୍ରଦ ଶୋଭାରେ  ।।
ମହାନଦୀ ହୀରାକୁଦ ଜଳ ଭଣ୍ଡାରେ ।୩।

ଭବ୍ୟ କେଣାର୍କ ମନ୍ଦିର ସାରା ବିଶ୍ଵ ବିଦିତ ।
ଶ୍ରୀମନ୍ଦିର ରେ ବିଜେ ପ୍ରଭୁ ଶ୍ରୀ ଜଗନ୍ନାଥ ।।
ଅନେକ କାରୁକାର୍ଯ୍ୟ ଖୋଦିତ ତାମନ୍ଦିର ।
ଶିଳ୍ପ ନୈପୂଣ୍ୟ ଯାର ନୁହଇ ପଟାନ୍ତର ।।
କୁଟୀର ଶିଳ୍ପ ଅପାର ଶୋଭା ସମ୍ଭାରେ  ।୪।

ଜଗନ୍ନାଥ ବସି ଛନ୍ତି ଜଗତ ହିତରେ ।
ବରଷକୁ ଥରେ ବିଜେ କରନ୍ତି ରଥରେ।।
ଭକତ ମନ ଜାଣି ପରଷି ଦ୍ୟନ୍ତି ସେହୁ ।
ଶରଣ ପଶେ ଯେହୁ ପ୍ରସାରି ଦୁଇ ବାହୁ ।।
କୋଳେଇ ନିଅନ୍ତି ତାକୁ ଆଦରେ ।୫।

ଦାତାପଣେ ଠାକୁର ନାହାନ୍ତି ଏସଂସାର ।
ଷାଠିଜ ପଉଟି ଭୋଗ ହୁଏ ନିରନ୍ତରେ ।।
ଭକ୍ତ ଡୋରିରେ ବନ୍ଧା ଯିଏ ଡାକେ ଆତୁରେ ।
ଦୁଇ ବାହୁ ପ୍ରସାରି ନିଅନ୍ତି କୋଳେଇରେ ।।
ଆଶିଷ ଦିଅନ୍ତି ସଦା ଭକ୍ତରେ ।୬।

ଓଡିଶା ମଉଡମଣି ମହାପ୍ରଭୁ ଯାହାର  ।
ବାରମାସେ ତେରପର୍ବ ହୁଅଇ ତାହାର  ।।
ପଲ୍ଲା,ଦାସକାଠିଆ,ଭାରତ ଲୀଳା ଯହିଁ ।
ସମ୍ଵଲପୁରି,ଘୁଡୁକୀ ଓ ନାଟକ ତହିଁ  ।।
ପିଠା ଖଜାରେ ଘର ବାସଇରେ  ।୭।

କଳିଙ୍ଗ ଯୁଦ୍ଧଯାର ଦୟାନଦୀ ପ୍ରମାଣ ।
ଲକ୍ଷାଧିକ ବୀର ସମର୍ପି ଦେଲେ ପ୍ରାଣ ।।
ସାଧବ ସାତ ପୁଅ ବିଦେଶରେ ଭ୍ରମିଣ ।
ଆଣିଲେ ଧନରତ୍ନ ବୋଇତରେ ଭରିଣ ।।
ଜାଭା,ବୋର୍ଣ୍ଣିୟ ଓ ବାଲି ଯାତ୍ରାରେ ।୮।

ଜଗନ୍ନାଥ, ସାରଳା ଅଚ୍ୟୁତାନନ୍ଦ ଦାସ ।
ଜୟଦେବ,ଗୋପାଳ ଓ ଦୀନକୃଷ୍ଣ ଦାସ ।।
କବି ଉପେନ୍ଦ୍ର,କବିସୂର୍ଯ୍ୟ,ବୈଷ୍ଣବ ପାଣି  ।
ଭୀମଭୋଇ,ସାଲବେଗ ଏବଂ ଯଦୁମଣି  ।।
ଓଡିଶା ଭାଷା କରିଲେ ସମୃଦ୍ଧରେ ।୯।

ଓଡିଶା ପ୍ରଦେଶ ଏକ ହୋଇଲା ଗଠନ  ।
ସଙ୍ଗ୍ରାମୀ ସାଧୁ ଅଟନ୍ତି ସୁଯୋଗ୍ୟ ସନ୍ତାନ ।।
ଦୋହରା, ଚକରା,ବାଘାଯତିନ,ଲକ୍ଷ୍ମଣ  ।
ସୁରେନ୍ଦ୍ର,ଜଗବନ୍ଧୁ,ରେଣ୍ଡ ସଙ୍ଗ୍ରାମୀ ଗଣ  ।।
ବିର୍ଷା,ରାଜଗୁରୁ ସଂଗଠନରେ ।୧୦।

ବାଜି ରାଉତ ଛାର ଯାର ଅପାର ଶକ୍ତି  ।
ବାର ବର୍ଷ ବାଳକ ଦେଖାଇ ଦେଶ ଭକ୍ତି ।।
ସୌର୍ଯ୍ୟ,ବୀର୍ଯ୍ୟ ଅପୂର୍ବ ଧୌର୍ଯ୍ୟ ବୀରତ୍ଵ ଯାର ।
ମରିଗଲା ପଛକେ  ଛୁଟାଇ ଲହୂ ଧାର ।।
ନଡରିଲା ଫିରିଙ୍ଗୀଙ୍କ ଗୁଳିରେ ।୧୧।

ଭାଷା,ରାଜ୍ୟ ଗଠ ପାଇଁ ଯୋ ବଳିଦାନ ।
ଗୋପଵନ୍ଧୁ,ମଧୁବାବୁ,ଫକୀର ମୋହନ  ।।
ଗଙ୍ଗା ଓ ଗୋଦାବରୀ ରାଧାନାଥ ଯେସନ ।
ନୀଳକଣ୍ଠ,ହରିହର,କୃପାସିନ୍ଧୁ ମାନ ।।
ଗଜପତି,ରାମଚନ୍ଦ୍ର ଭଞ୍ଜରେ ।୧୨।
ଗର୍ବେ ଗୌରବେ କହିବା ଓଡ଼ିଆ
ଆମ ଜନ୍ମଭୂମି ଭାରି ବଢ଼ିଆ
*******************
ଅଜିତ କୁମାର ତ୍ରିପାଠୀ(ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ, - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
*************************

No comments: