"" ଜନ୍ମଭୂମି ""
ଓଡ଼ିଶା ମାଟିରେ ଜନ୍ମିଛୁ ମୁଁହି
ଏହାର ମାଟି ପାଣି ପବନ ରେ
ଗଢା ମୋ ଶରୀରର ପ୍ରତ୍ୟେକ ଅଙ୍ଗ।
ଓଡ଼ିଶା ମା ର କୋଳ ରେ ଜନ୍ମ ହୋଇ
ଗରଵେ ମୋ ମୁଣ୍ଡକୁ ଟେକେ ମୁଁହି ।
ମୋ ରାଜ୍ୟ ର ମାଟି ପାଣି ପବନ ରେ
ସତେ ଅବା ଅଛି କି ସୁନ୍ଦର ବାସ୍ନା
ଦେହ ମନ ପ୍ରାଣ ରେ ଭରିଯାଏ
ଲହରୀ ଆମେ ଉତ୍କଳ
ଜନନୀ ର ସନ୍ତାନ ବୋଲି।
ଆହା କି ସୁନ୍ଦର ମୋ ଭାଷା ଓଡ଼ିଆ
ମୋ କଳା ସଂସ୍କୃତି ଓ ପରମ୍ପରା
କି ସୁନ୍ଦର ଆହାଃ।
ବାର ମାସରେ ତେର ପର୍ବ
ପାଳିତ ହୁଏ ମୋ ଓଡ଼ିଶା ରାଇଜ ରେ।
ମୋ ସାହିତ୍ୟ ଓ ସଭ୍ୟତା
ଭାରି ମନୋଲୋଭା ସବୁରି
ମନ ଓ ପ୍ରାଣ କୁ ଯାଏ ଛୁଇଁ।
ପ୍ରାକୃତିକ ପରିବେଶ ଆହା
କି ସବୁଜ ସୁନ୍ଦର।
ନଦୀ ନାଳ ଗଛଲତା ଓ ଜଙ୍ଗଲ ରେ
ପରିପୂର୍ଣ୍ଣ ମୋ ରାଇଜ ଓଡ଼ିଶା।
ସବୁଜମୟ ମୋ ଓଡ଼ିଶା ପ୍ରଦେଶ
ଉଠରେ ଉଠରେ ଉତ୍କଳ ସନ୍ତାନ
ନ ଶୋଇ ତୁ ଆରାମ ରେ
ଜାଗ୍ରତ ହୋଇ ତମେ ତମ ଓଡ଼ିଶାର
ବିକାଶ ପାଇଁ ହୁଅ ଅଗ୍ରତର
ବିଶ୍ବ ରେ କର ଓଡ଼ିଶାର
କର ନାମ ଉଚ୍ଚ ତମେ
ହୋଇ ଏକାଠି ଭୂଲି
ସବୁ ଜାତି ଓ ଧର୍ମ।
ଦେଵିପ୍ରିୟା ଦାସ
ଭୁବନେଶ୍ଵର
No comments:
Post a Comment