ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ପ୍ରୀତିସୀମା ସ୍ୱାଇଁ , କେନ୍ଦୁଝର

            :: ମୋ ଜନ୍ମଭୂମି ::
--------------****----------------

ଭାରତ ଦେଶେ ଜନମ ମୋର 
ଓଡ଼ିଶା ଏକ ଅଂଶ ତା'ର, 
ଅନେକ ପଲ୍ଲୀ ରହିଛି ତହିଁ 
ଛୋଟ ପଲ୍ଲୀଟେ ମୋ ଜନ୍ମଭୂମି  I 
ଜନମ  ସିନା ଦେଇନି ସେହି 
ଯାହାର କୋଳେ ବଢ଼ିଛି ମୁହିଁ, 
ଧୂଳି ବାଲିର ସ୍ପର୍ଶ ପାଇ 
ସେହି ମୋ ପ୍ରିୟ ଜନମ ଭୂଇଁ  I 
ତା' ମାଟି, ପାଣି, ପବନ 
ମୋ ଦେହେ ବୋଳେ ଚନ୍ଦନ, 
ପ୍ରସବ ବେଦନା ସହିନି ସିନା 
ଭାରତ ସାରା ତାହାରି ଛୁଆ  I 
କେତେ ଯେ ବୀରଙ୍କୁ  ଗଢ଼ିଛି 
ଶହ ଶହ ସନ୍ତାନକୁ ହାରିଛି, 
ତଥାପି ଦମ୍ଭଧରି ରହିଛି ଚାହିଁ 
ସେହିତ ମୋର ଜନମ ଭୂଇଁ  I 
ଯାହାର ଚରଣ ଧୁଏ ନୀତି 
ପୂଣ୍ୟତୋୟା ଜଳ ରାଶି, 
ଭାରତ ଏକ  ବ୍ରାତ୍ୟଭୂମି 
ସେହି ଅଟେ ମୋ ଜନ୍ମଭୂମି  I 
ଯାହାର ଏକ ସହର ଅଛି 
ମନ୍ଦିର ମାଳାକୁ ପିନ୍ଧିଛି, 
ମୋ ଓଡ଼ିଶାର ସେ ରାଜଧାନୀ 
ସେହି ମୋ ପ୍ରିୟ ଜନ୍ମଭୂମି  I 
ଯେଉଁ ମାଟିରେ ସୁନା ଫଳେ 
ପବନେ ବିଶ୍ୱାସର ଗନ୍ଧ ମିଳେ, 
ପବିତ୍ର ଯାହାର ନାଆଁଟି 
'ଭାରତ' ମୋ ଜନ୍ମଭୂମିଟି....  I 


ପ୍ରୀତିସୀମା ସ୍ୱାଇଁ, ଆନନ୍ଦପୁର, କେନ୍ଦୁଝର  I

No comments: