***ସମ୍ପର୍କ***
ତୋତେ ଭଲପାଇ ପ୍ରିୟା ଭୁଲ ମୁଇଁ କଲି
ପ୍ରେମ ଧୋକା ଦେବୁ ବୋଲି ଜାଣି ମୁଁ ନଥିଲି ,,
ନିରୀହ ମନର ଆଶା କରିଦେଲୁ ଶେଷ
ଜାଳିପୋଡି ପ୍ରିୟା ଆଜି କଲୁ ତୁ ପାଉଁଶ ,,
ସମ୍ପର୍କ ହାଟରେ ଆଜି ହେଲୁ ତୁ କଳଙ୍କିନି
ଜାଣି ନଥିଲି ମୁଁ ତୁ ଗୋଟେ ମାୟାବିନି ,,
ପ୍ରେମଥିଲା ତୋ ପାଇଁ ବାଲିଘର ଖେଳ
ଅଧାଖେଳି ଚାଲିଗଲୁ କରି ପ୍ରେମ ପାଗଳ ,,
ଛଳନା ଛୁରୀରେ ତୁ ଦେଲୁମୋତେ ମାରି
ଆଁଖି ଲୁହ ବୁହେ ଆଜି ତୋତେ ଝୁରି ଝୁରି ,,
ଏକାକରି ଚାଲିଗଲୁ ଦେଇ ମୋତେ ଧୋକା
କାହିଁକି ଏମିତି କଲୁ ସାଜି ତୁ ମୋ ପ୍ରେମିକା ,,
ଧୋକା ଦେଇ ମତେ ତୁ ଗଢ଼ିବୁ କିସୁନା ସଂସାର
ମୋ ନିଃଶ୍ୱାସ ବିଶ୍ୱାସ କରିବ ତୋ ସ୍ୱପ୍ନ ଛାର ଖାର ,,
ଧୋକା ଦେଇ ମନ ଭାଙ୍ଗି କିଏ କେବେ ପାଇଛି କି ସମ୍ମାନ
ରାଧା କୃଷ୍ଣ ପ୍ରେମ ସମ୍ପର୍କକୁ ତୁ ଭୁଲ ବୋଲି କଲୁ ପ୍ରମାଣ ,,
ଏ ଜୀନନେ ନ ହେଲେ ଆର ଜନମେ ହେବି ମୁଁ ତୋ ପ୍ରେମିକା,,
ପ୍ରେମ ମାୟା ଜାଳେ ଛନ୍ଦି ତୋତେ ବାରମ୍ବାର ଦେଉଥିବି ଧୋକା, ଧୋକା ,,
ସମ୍ପର୍କ କେବେ ଦେଖେ ନାହିଁ ଧନୀ ଗରିବ କି
ଛୋଟ ବଡ଼ ,,
ହୃଦୟ ଓ ମନର ମିଲନ ସମ୍ପର୍କ ର ଏକ ସୁ ମଧୁର
ଗଠଯୋଡ଼ ,,
ଅଶୁତୋଷ ଠାକୁର,
ମଣ୍ଡଲ , ମୋବା-୯୯୩୭୯୩୩୧୧୪
ବଲାଙ୍ଗିର,ପିଂନ-୭୬୭୦୨୬
No comments:
Post a Comment