ଫେରିବାକୁ ହେଲା ମୋ ଜନ୍ମଭୂମିକୁ
ଡାକରା ଆସିଲା ଗାଁ ମାଟିରୁ ମୋର
ସହରରେ ରହି ଛନ୍ଦି ରୁନ୍ଧି ହେଉଥିଲି
ଏଠି ନିଶ୍ଵାସ ନିଏ ଟିକେ ଶାନ୍ତିରେ ତ।
ଆସିଲୁ କରୋନା ଭଲ ତୁ କଲୁ
ମିଳିଲା ସୁଯୋଗ ସେବା କରିବାର
ଆଉ ସବୁଠୁ ମନଲୋଭା ଆଉ ଭଲଥିଲା
ପାଖରେ ବସି ଚିହ୍ନିବାର ଆମ ନିକଟ
ସଂପର୍କୀୟ।
କୋଉ ପାଟରେ କୋଉଠି ବିଲ
କେଉଁଠି ଗୁଆବାଡି ଅବା ପୋଖରୀ ତ
ଲୋଡା ନାହିଁ ସହରର ଜୀବନ
ଆରେ ଏତେ ଭଲ ସୁଲୁସୁଲିଆ ପବନ ବହିବାର ଶବ୍ଦ ଏତେ ତ।
&&&&&&&&&&&&&&&&
ମାନସ ରଞ୍ଜନ ଦାଶ
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ
No comments:
Post a Comment