*****ମାତୃ ଶକ୍ତି*****
ସବୁ ଦୁଃଖ ଭୁଲି ହସି ଦେଉ ତୁହି
ତରଲେ ସଭିଙ୍କ ଘଟ
ସଂସାରେ ଚାଲିବା ଶିଖାଉ ଜନନୀ
ସନ୍ତାନକୁ ଭଲ ବାଟ
ପଣତରେ ତୋର ରହିଛି ଦୁନିଆ
ପରଶରେ ଅଛି ଖୁସି
ତୋ ହୃଦୟ ପରା ସୁଖର ପସରା
ଜଗତେ ବହୁ ବିଶ୍ୱାସି
କେବେ ଜନକ ର ଜାନକୀ ତୁ ପୁଣି
କେବେ ରାମ ପାଇଁ ସୀତା
କେବେ ଶକୁନ୍ତଳା ଶୀତଲତା ଧରି
ସଭିଙ୍କ ପାଇଁ ତୁ ମାତା
ପତି ଭକ୍ତି ଦେଖି ଯମ ଯେ ଡରଇ
ଆସେ ନାହିଁ ତୁମ ପାସ
ଦଶ ଭୁଜା ବେଶେ ମହିଷା ବଧିଲ
ଦେବ ଙ୍କ ରଖିଲ ଯଶ
ଧରତୀ ମା ପରି ସହନଶୀଳତା
ହୃଦୟେ ରଖିଛ ଭରି
ମେନକା ଉର୍ବଶୀ ସ୍ୱର୍ଗ ର ସୁନ୍ଦରୀ
କି ହେବେ ତୁମକୁ ସରି
କେବେ ତୁମର ସେ ବିରତା ପ୍ରତୀକ
ଲଷ୍ମୀ ବାଇ ପରା ସାକ୍ଷୀ
ଘର କୁ ଯେ ସ୍ୱର୍ଗ ବନେଇ ରଖେ ସେ
ପର ସୁଖେ ପରା ସୁଖୀ
ବିଶ୍ୱ କୁ ଦୟା ର ପଥ ଦେଖେଇଛ
ମଦର ଟେରେସା ପରି
ନାରୀ ମମତା ର ପରିଭାଷା ତୁମେ
କ୍ଷମାର ଭଣ୍ଡାର ଧରି
କେଉଁ ନାମ ଦେବି ତୁମକୁ ମୁ ନାରୀ
ତୁ କୋମଳ ଶୀତଳତା
ତୁ ପ୍ରିୟା ପୁଣି ମମତା
ତୁ କ୍ଷମା ଓ ଦୟାମୟୀ
ଶକ୍ତି ରୂପେ କୃପାମୟୀ
ତୁ କବିତା ଓ କଳ୍ପନା
ତୁ ସାହିତ୍ୟ ଓ ରଚନା
ଆରତୀ ପୂଜା ପ୍ରାର୍ଥନା
ସରିତା ପୁଣି ତୁ ତୃଷ୍ଣା
ତୁ ପାଉଁଜି ପୁଣି ବିନ୍ଦି
ତୁ ଏକା ଜୀବନ ସନ୍ଧି
ଅନେକ ରୂପେ ଭିନ୍ନ ନାମେ ଗୋ ତୁହି
ସଂସାର ଚାରିଆଡେ ଅଛୁ ଗୋ ରହି
****************************
ଆଶିଷ କୁମାର ବାରିକ
ସିହିନୀ ବେଳପଡା ,ବଲାଙ୍ଗୀର
9938330874, 9438051786






No comments:
Post a Comment