::ଦେଶପ୍ରେମୀ::
ମାଟି ମା’ର ସୁରକ୍ଷା ସବୁଠୁ ବଳି
ଛାତିରେ ଅଦମ୍ଯ ସାହସ ଓ
ନିଷ୍ଠାକୁ ଧରି,
ମାଟି ମା ପାଇଁ ଦିଏ
ନିଜ ଜୀବନକୁ ପାଣି ଛଡେଇ l
କେବେ ଘଞ୍ଚ ଅରଣ୍ଯେ କରି ଘର
ପୁଣି କେବେ ପର୍ବତ ଶିଖରେ ବସା କର
ସମୁଦ୍ର ତଟକୁ ବି ନ ଛାଡ,
ମରୁଭୂମି ଯେ ହୁଏ ତୁମ ରହଣୀୟ
ଗ୍ରହଣୀୟ ଚିରଦିନ।
ସଦା ଜାଗ୍ରତ ପ୍ରହରୀ ସୀମାନ୍ତ ଦେଶେ
ସଜ୍ଜିତ ଅସ୍ତ୍ର ଶସ୍ତ୍ର ଦେହେ,
କ୍ଷେପଣାସ୍ତ୍ର ହାତେ ,
ଦିଅନ୍ତି ସୁରକ୍ଷା ଆମକୁ
ବୁହାଇ ରକତ କେତେ!
ମାଟିର ସନ୍ତାନ ଜୟ ବୀରଗଣ
ମା’ ମାଟିର ଦେହରେ ହୁଅ ଲୀନ
ଦେଇ ସନମାନ ।
ବୀରଗତି ପ୍ରାପ୍ତ ପ୍ରାପ୍ଯ ତୁମର,
ତ୍ଯାଗ ଯେ ତୁମର ଅବିସ୍ମରଣୀୟ
ଆଉ ବିଦାୟ ତୁମର ଅଶ୍ରୃଳ ଭାବପୂର୍ଣ୍ଣ।
ଉଡଇ ତ୍ରିରଙ୍ଗା ଗାଏ ସେ କେତେ ଗାଥା
ଯୁଗ ଯୁଗର ସେ କହେ ଶତ କଥା
ଆମରି ଜୀବନ ସଦା ତୁମରି ଦାନ,
ତୁମ ସହୀଦଙ୍କ ହଉ ସଦା ପୁଣ୍ଯ
ଚିର ସ୍ମରଣୀୟ ତୁମରି କର୍ମ।
ଇତିହାସ ପୃଷ୍ଠା କରେ ଲିପିବଦ୍ଧ ଆଜି
ତୁମ ପରାକାଷ୍ଠା ଜାଜଲ୍ଯମାନ ।
ଅମର ଆତ୍ମାର ସଦଗତି ହଉ,
କରୁଅଛୁ ଆମେ ଏତିକି କାମନା ।
ଆହ୍ୱାନ ଶୁଭେ ଆଜି ;ଆମେ
ଭାରତ ମାତାର ସନ୍ତାନଗଣ,
ରଖିଛୁ, ରଖିବୁ ସଦା ତୁମରି ମାନ।
©️ଶୁଭ୍ରା ସନ୍ତୋଷୀ ଗୌଡ
ରହିତ୍ କଲୋନୀ
ରାୟଗଡା ୭୬୫୦୦୨






No comments:
Post a Comment