ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସଂସାର ରେ ମା ର ଭୂମିକା - ଲକ୍ଷ୍ମୀ ପ୍ରିୟା ସ୍ୱାଇଁ - କଟକ

    ସଂସାରରେ ମା'ର ଭୂମିକା'


ସଭିଏଁ  କୁହନ୍ତି ବାସ୍ତବରେ 
ଏହି ନାମରେ  ଥାଏ  ଅମୃତ।
ମା'ର  ମମତା
କଣ୍ଟାକୁ  ବି  ପୁଷ୍ପରେ ସଜାଏ।
ସେ ଦେଖାଏ  ଜ୍ଞାନ ର  ଭଣ୍ଡାର
ପୁଣି......
ଆଲୋକ ପଥରେ ଥାଏ ତା'ର ଭୂମିକା।
ମା'ର ଆଶୀର୍ବାଦ ଲାଭ କରି
ନର ସାଜେ ବିଦ୍ବାନ।
ମା ସହ୍ୟ କରେ ସବୁ ଯନ୍ତ୍ରଣା
ହେଲେ
ଛୁଆ ର ସୁଖ ପାଇଁ 
ସେ ଥାଏ ସଦା ତତ୍ପର
ଅନେକ କ୍ଷେତ୍ରରେ ଥାଏ ତା'ର ଗୁରୁତ୍ବ।
ପିଲା ର ବିପଦରେ
ହୋଇଉଠେ ଶକ୍ତି ସ୍ବରୂପା
କେବେ ସାଜେ ଦୁର୍ଗା ତ...
କେବେ ସାଜେ ଲକ୍ଷ୍ମୀ
ପିଲା ର ଭବିଷ୍ଯତ ପାଇଁ
ସେ ଦିଏ ଜୀବନକୁ ଜଳାଞ୍ଜଳି।
ଶେଷରେ ମା' ତାର ଦାୟିତ୍ବ
ଲିଭାଇ ସାରିବା ପରେ
ସମସ୍ତଙ୍କ ପାଇଁ ହୋଇଯାଏ ଅଲୋଡା
ଫେରିଯାଏ ତା'ର ପ୍ରକୃତ ଗୃହ
ସେଇ ବୃଦ୍ଧାଶ୍ରମକୁ।

    ଲକ୍ଷ୍ମୀ ପ୍ରିୟା ସ୍ୱାଇଁ
ଠିକଣା : ନିଶ୍ଚିନ୍ତକୋଇଲି, କଟକ

No comments: