କୃଷକ
----------------------
କୃଷକ ଭାଇ କଷଣ ସହି ସୁନା ଫଳାଉ କ୍ଷେତେ
ତୋ ପରିଶ୍ରମ ମୂଲ୍ୟ ଅମୂଲ୍ୟ ପ୍ରଶଂସା କର ଯେତେ।
ଖରା ବରଷା ଶୀତ କାକର ସଦା ତୋହର ମିତ
ସଂସାର ଦୁଃଖ ହରିବା ପାଇଁ ହୋଇଛୁ ତୁହି ଜାତ।
ବନ୍ୟା ମରୁଡି ଝଡ଼ ବତାସ ଡରାଉ ଅଛି କେତେ
ସବୁକୁ ସହି ରଖିଛୁ ମହୀ ଅନେକ କାଳ ବିତେ।
ବାର ମାସରେ ତେର ପରବ ଆନନ୍ଦେ ପାଳୁ ତୁହି
ଦେଶ ଜାତିର ସଂସ୍କୃତି ରକ୍ଷା ରଖେକି ଆଉ କେହି?
ଦେଶ ସ୍ବାଧୀନ ଭୋକ ଅଧିନ ରହି ଥିଲୁତ ଆମେ
ତୁମରି ଲାଗି ବଳକା ଶସ୍ୟ ରହିଛୁ ମହାପ୍ରେମେ।
ଆମ ଦେଶର ବୀର ଯବାନ ସେହି ଖାଦ୍ୟକୁ ଖାଇ
ଦେଶ ଜାତିର ମାନ ସମ୍ମାନ ରଖନ୍ତି ପ୍ରାଣ ଦେଇ।
ଏହି ଜୀବନେ ତୁମରି ଦାନ ସୁଝି ପାରିବି କାହିଁ
ତୁମର ପାଦ ଚିହ୍ନ ମୋ ଧ୍ଯେୟ କେବେ ଭୁଲିବି ନାହିଁ।
--------------------------------_---
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର,ପୁରୀ
ମୋ-୯୯୩୭୨୧୦୨୬୦
କୃଷକ - ଅନାମ ଚରଣ ସାହୁ , ପୁରୀ

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment