ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ନିରଞ୍ଜନ ସାହୁ , କୋରାପୁଟ

         *ରାକ୍ଷୀ*
  
ରାକ୍ଷୀ ନୁହେଁ ଏକ ରଙ୍ଗୀନ ସୁତାଟେ     
ଏହାହିଁ ସ୍ନେହର ପ୍ରତୀକ
ସ୍ନେହ ପ୍ରେମ ଭରା ଭାଇ ଭଉଣି ର
ଏହାହିଁ ରକ୍ତର ସମ୍ପର୍କ....

ଭଉଣୀର ସ୍ନେହ ଭଉଣୀର ପ୍ରେମ
ଭାଇପାଇଁ ମୂଲ୍ୟବାନ
ଭାଇର ଆଶିଷ  ଭାଇର ପରଶ
ଭଉଣୀ କୁ ବରଦାନ....

ରାକ୍ଷୀ ନୁହେଁ ଖାଲି ପରମ୍ପରା କଥା
ଏହାତ ସେନେହ ଧାରା
ଭଉଣୀ ସୁରକ୍ଷା ଭାଇର କର୍ତ୍ତବ୍ୟ
ଏହାତ ଅମୃତ ଧାରା....

ଭାଇ ଭଉଣୀ ର ସ୍ନେହର ବନ୍ଧନ
କେବେ ନୁହେଁ କ୍ଷଣସ୍ଥାୟୀ
ଭାଇ ଭାଉଣୀ ର ସ୍ନେହର ବନ୍ଧନ
ରହିଥାଏ ଚୀରସ୍ଥାୟୀ......

ଭାଇ ଭଉଣୀ ର ସମ୍ପର୍କ ନିବିଡ଼
ସମ୍ପର୍କର ବାରିଧାରା
ରାକ୍ଷୀ ଟିଏ କହେ ସମ୍ପର୍କ ର ଗାଥା
ସମ୍ପର୍କ ଯେ ପ୍ରେମଧାରା.....

ଭଉଣୀ ବାନ୍ଧୁଛି ଭାଇର ହାତରେ
ରାକ୍ଷୀ ର ପବିତ୍ର ବନ୍ଧନ
ଭାଇ ଭଉଣୀ ର ସ୍ନେହ ପ୍ରେମ ଧାରା
ଏହାହିଁ ରକ୍ଷା ବନ୍ଧନ......

ନିରଞ୍ଜନ ସାହୁ ,
ଜୟପୁର,କୋରାପୁଟ*

No comments: