ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୌମ୍ୟାଶ୍ରୀ ନାୟକ , ନବରଙ୍ଗପୁର

||ରାକ୍ଷୀ||
ବଦଳିଛି ଆଜି ପବିତ୍ର ବନ୍ଧନ,
ରକ୍ଷକ ସାଜିଛି ଭକ୍ଷକ,
ସମାଜର କେତେ କୁତ୍ସିତ ଘଟଣା,
ଦେଉଛି ଯାତନା ଅନେକ |

ସ୍ଵାର୍ଥଲୋଭେ ଅବିବେକୀ ମନୁଷ୍ୟ ସେ,
କରୁଛି କନ୍ୟାଭୃଣହତ୍ୟା,
ନାରୀ ଅସମ୍ମାନ ମୁଣ୍ଡ ଟେକିଅଛି,
ଲିଭୁଛି ମନୁ ପବିତ୍ର ବାର୍ତ୍ତା |

ବଦଳିଲା ଆଜି ପୂଣ୍ୟର ବନ୍ଧନ,
ସ୍ନେହର ସମ୍ପର୍କ ହେଲା ବିକ୍ରି,
ଧନ ସରିଗଲେ ପ୍ରୀତି ସରିଗଲା,
ରାକ୍ଷୀ ବାନ୍ଧି ନେଲେ ଆଦରି |

ଭଗିନୀ ସୁରକ୍ଷା ଭ୍ରାତାର ହସ୍ତରେ,
ଏକଥା ଜାଣେ ଏ ସଂସାର,
ରାକ୍ଷୀର ବନ୍ଧନ ନବୁଝି ଆଜି,
ବଢିଚାଲେ ନାରୀ ଅତ୍ୟାଚାର |

ସଂସ୍କାର ଆଜି ଉଭେଇ ଯାଉଛି,
ନଇଁଯାଏ ଆଜି ନାରୀ ମଥା,
ରକ୍ଷାବନ୍ଧନର ପରିଭାଷା ଆଜି,
କହିଯାଏ ପୁଣି କେତେ କଥା |

ସର୍ବୋଚ୍ଚ ଉପରେ ରାକ୍ଷୀର ବନ୍ଧନ,
ରକ୍ଷାକରେ ଭ୍ରାତା ଦେଇ ତା' ଜୀବନ,
ଭ୍ରାତାଙ୍କର ଟିକେମାତ୍ର ଆଶୀର୍ବାଦ,
ଭାଗିନୀର ଅଟେ ଅମୂଲ୍ୟ ସମ୍ପଦ |

କରଯୋଡି ଆଜି କରେ ନିବେଦନ,
ରକ୍ଷାକର ଏହି ପବିତ୍ର ବନ୍ଧନ,
ଦୂରେଇଲେ ଯଦି କୁସଂସ୍କାର ସବୁ,
ସୁରକ୍ଷିତ ହେବ ନାରୀଙ୍କର ମାନ |


ନାମ:- ସୌମ୍ୟାଶ୍ରୀ ନାୟକ
ପାପଡାହାଣ୍ଡି,ନବରଙ୍ଗପୁର

No comments: