ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ଅମୃତାଂଶୁ ଦ୍ୱିବେଦୀ ,କେନ୍ଦ୍ରାପଡ଼ା

💐💐 - "ଗୁରୁ ହିଁ ଈଶ୍ୱର" 💐💐

ଗୁରୁଙ୍କ ମହତ୍ତ୍ବ ରହିଅଛି କାଳେ କାଳେ,
ଗୁରୁ ବିନା ମୁକ୍ତି ନାହିଁ ଏହି ମହୀମଣ୍ତଳେ। (୧)
ଗୁରୁଙ୍କର ଦୟା ହେଲେ ମୁକ୍ତି ମିଳିଥାଇ,
ମୁକ୍ତି ନ ମିଳିଲେ ଜୀବନ ନିରର୍ଥ ହୁଅଇ। (୨)
ଶିକ୍ଷାଗୁରୁ ଦୀକ୍ଷାଗୁରୁ  ଗୁରୁ ପିତାମାତା,
ଏମାେନେ ଦୁନିଆରେ ସାକ୍ଷାତ ଦେବତା। (୩)
ଲୋକ ଦେଖାଣିଆ ଭକ୍ତି ଯିଏ କରୁଥାଇ,
ଦୁନିଆ ଆଖିରେ ତା'ଠାରୁ କେହି ପାପି ନାହିଁ। (୪)
ଭକ୍ତିପୂର୍ଣ୍ଣ ଭାବରେ ଯେ ଗୁରୁଙ୍କୁ ପୂଜିବ,
ନିଶ୍ଚୟ ଜୀବନରେ ଉନ୍ନତି ଲଭିବ। (୫)
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର,
ଗୁରୁ ଏକା ପରଂବ୍ରହ୍ମ ସାକ୍ଷାତ ଈଶ୍ବର। (୬)

*************************
ନାମ-ଅମୃତାଂଶୁ  ଦ୍ୱିବେଦୀ (ଛାତ୍ର)
ଗ୍ରାମ-ତଳକୁସୁମା , ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା

No comments: