" ମୋ ଜନ୍ମଭୂମି "
~~~~~~~~~~~~
ଜନପ୍ରିୟ ଜନନୀ କୋଳରୁ ଜାତ
ଜନନୀୟ ତୋ ଗେହ୍ଲେଇରାଣୀ
ତନୟା ମୁଁ ଆଜି ଏ ଶୁଭ ଲଗନେ
ହାତ ବଢ଼େଇଛି ତୋ ଗୁଣକୁ ଜନଚର୍ଚ୍ଚାପାଇଁ,
ହାତେ ଆଶା-ବିଶ୍ୱାସ,ସ୍ନେହ-ପ୍ରେମର କଲମ ଧରି,
ହେଲେ ମୁଁ କି ବଖାଣି ପାରେ ?
ମା ପରା ମା ଟିଏ !
ସେନେହର ଡୋରି ଟିଏ,
ମମତାର ପୃଥିବୀ ଟିଏ,
ଶକ୍ତିଶାଳୀ ବନ୍ଧନ ଟିଏ,
ସର୍ବଂସହା ମୋ ମାତୃଭୂମି ମା ସିଏ ।
ତୋ ମିଠା ଭାଷାରେ ସଭିଙ୍କ ମନ ଜିଣିନେଉ,
ସତେକି ଆତ୍ମିୟତାର ଭାବ ସେ,
ସେଥିପାଇଁ ପରା ମୁଁ ଗର୍ବରେ କହେ "ମୋ ମାତୃଭାଷା ମତେ ଶ୍ରେଷ୍ଠ" ପଦଟିଏ ।
ମୋ ଜନ୍ମଭୂମି,କର୍ମଭୂମି,ଧର୍ମଭୂମି
ମୋ ମାର ଶୀତଳ ପବନ କୋମଳ ସ୍ପର୍ଶରେ ଦୂରେଇ ଯାଏ କେତେଯେ ଅଭିମାନ,
ସମ୍ବୋଧନେ ଥାଏ କୋଟି ସ୍ୱାଭିମାନ,
ତୋ କୋଳେ ଖେଳାଇଲୁ ସହସ୍ର ବୀରପୁତ୍ର ,ଉତ୍କଳ ସନ୍ତାନ,
କଥା କହେ ଆଜି ସେ ରଖି ଟେକ,କେବେ ନୂଆଁଇନି ମୁଣ୍ଡ
କରିଛି ବିଶ୍ୱ ପରିବ୍ୟାପ୍ତ! ,
ତୋ ଗର୍ବ-ଗୌରବ,
ସଂସ୍କୃତି- ପରଂପରା,ଶାନ୍ତି-ପ୍ରୀତି
ମୈତ୍ରୀ-ସଦ୍ଭାବନା ର ଅମୂଲ୍ୟ
ଅବଦାନେ କେତେ କାଳଜୟୀ
କବି ରଚିଗଲେ ତୋ ମହିମାଗୁଣ,
ଆଉ ପ୍ରାଧାନ୍ୟ,
ବସେଇଲେ ତତେ ଯାଇ ରତ୍ନ ସିଂହାସନେ,
ମୁଁ କି ବସିଛି ପୁଣି ହୋଇ ସେମାନଙ୍କ ତୁଲ୍ୟ ?
ବର୍ଣ୍ଣିବି ବୋଲି ସାଜିଛି ଲେଖକ! !
ତୋ ସୃଷ୍ଟି ,ତୋ ସ୍ଥିତି, ସତେ ଦେବାଦେବୀ,
ତୋ ରକ୍ଷାପାଇଁ ଚାରିଦିଗେ ବିଜେ କଲେ ଯାଇ,
ତୋ ମାଟିର ମହାନତା ଗାଏ କେତେ ବୀରଗାଥା;
ପାଷାଣ ଦେହ ରେ ଭାଷା ଫୁଟେ କୋଣାରକେ,
କଳିଙ୍ଗ ବିଜୟ ଧ୍ବଜା ତୋ ମସ୍ତକେ ପାଏ ଶୋଭା ଧୂଳି ଧାରେ।
ମହାନଦୀ ଚିରସ୍ରୋତା ତୋ ବକ୍ଷର ନୀରବତା ମୋ କାନରେ
କହେ-ଉଠ ଜାଗ !ବେଳ ହେଲା ରତ ରତ,ରକ୍ଷା କର ଭାଷା, ସୀମା, ପରମ୍ପରା, ସଂସ୍କୃତି, ଜାତୀୟତା,ଭାଇଚାରା,ଭାଷାପ୍ରୀତି;ତୋ ଚେତନାରେ ସାଉଁଟି ଦେଖ ତୋ ଆଗରେ ତୋ ମାଆ ର ବିଦୀର୍ଣ୍ଣ ପୃଥିବୀ! ...
ମୋ ସେନେହମୟୀ ମା,ଜନନୀ ଜନ୍ମଭୂମି ତୁ ସର୍ବଂସହା,
ଚିର ନମସ୍ୟା ପୂଜ୍ୟା ବନ୍ଦନୀୟା ମୋ ଅନ୍ତରର କରୁଣାମୟୀ ମା ।
ନାମ - ପୂଜା ପଧାନ
ଭଟଳି,ବରଗଡ଼,
୭୯୭୮୮୦୭୨୨୪
No comments:
Post a Comment