ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ହର୍ଷ ଚଣ୍ଡି ,ବଲାଙ୍ଗୀର



         ::  ଗୁରୁ ହିଁ ଇଶ୍ଵର ::
ପିତା ମାତା ଆମ ଜନ୍ମ ଦାତା ହେଲେ
            ଗୁରୁ ଆମ ଜ୍ଞାନ ଦାତା
ତାଙ୍କରି ବଚନ ସଦା ସତ୍ୟ ଜାଣ
          ମନେ ନ ଦିଅଇ ବ୍ୟଥା।

ଗୁରୁ ଙ୍କ ମହିମା ନାହିଁ ତାର ସୀମା
          ସିଏ ତ ବଡ଼ ଠାକୁର
ଅଜ୍ଞାନ ରୂପକ ଅନ୍ଧକାର କୁ ସେ
            ମନୁ କରି ଦ୍ୟନ୍ତି ଦୂର।

ଯେତେ ଦୋଷ କଲେ କ୍ଷମା କରନ୍ତି ସେ
          ଦେଇ କିଛି ଉପଦେଶ
ସ୍ବଚ୍ଛ ହୃଦୟ ତାଙ୍କ କେତେ ପରିଷ୍କାର
       ଭାବିଲେ ଲାଗେ ଆଶ୍ଚର୍ଯ୍ୟ।

ବିନା ସ୍ବାର୍ଥ ରେ ସେ କଷ୍ଟ ସହି ସତେ
         କେତେ ଦିଅନ୍ତି ସୁ-ଜ୍ଞାନ
ତାଙ୍କରି ଜ୍ଞାନ କୁ ବିତରଣ କଲେ
     ମିଳେ ଯେ କେତେ ସମ୍ମାନ ।

ଧନ୍ୟ ତୁମେ ଗୁରୁ ଧନ୍ୟ ତୁମ ସେବା
     ଧନ୍ୟ ତୁମେ ଜ୍ଞାନ ଦାତା
ତୁମ ଚରଣ ରେ ଏ ଜୀବନ ବିତୁ
       ଋଣି ମୁଁ ସଦା ସର୍ବଦା ।।


ନାମ-ହର୍ଷ ଚଣ୍ଡି
ଗ୍ରାମ-ଲକ୍ଷ୍ମଣପୁର
ବ୍ଲକ-ଦେଓଗାଁ, ଜିଲ୍ଲା-ବଲାଙ୍ଗିର

No comments: