ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ମହମ୍ମଦ ହନିଫ୍ ସାହା , ଭଦ୍ରକ

 ( କାର୍ଗିଲ ବିଜୟ ଦିବସ ) 
ପ୍ରିୟ ଭାରତ ର  ବୀର  ଜବାନ
ହସି ହସି ଦେଇ ନିଜ ଜୀବନ
ଉଚ୍ଚ କରିଲେ ଦେଶ ସନମାନ
ଧନ୍ୟ  ଅଟେ ତୁମର ବଳିଦାନ ।।

ଶତ୍ରୁର ଆଶା ଆଶାରେ ରହିଲା
ତୁଚ୍ଛାଟାରେ ସେ ରଢ଼ି କରୁଥିଲା
ଇଟ୍ କା ଜବାବ୍ ପଥର ଦେଲା
ଫର ଫର ତ୍ରିରଙ୍ଗା ଟି ଉଡିଲା ।।

ଘର ପରିବାର କୁ ଭୁଲି ଯାଇ
ସୁନାର ଭାରତ ସୁରକ୍ଷା ପାଇଁ
ଗୁଳି ଖାଇବାକୁ ଛାତି ପତେଇ
ସାହସି ସେନାଏ ଅମର ହୋଇ ।।

ଝୁରେ ତୁମ କୁ  ମାଟି ଓ ମାଆ
ସଲାମ କରୁଛି ପାଣି ଓ ବାଆ
ରଖିଦେଲ କାର୍ଗିଲ ଦିବସ ନାଁ 
ଧନ୍ଯ ଜନ୍ମଭୂମି  ଧନ୍ୟରେ ମାଆ ।।
^^^^^^^^^^^^^^^^^^^^^^^^^^^^^
✍️ ମହମ୍ମଦ ହନିଫ୍ ସାହା
ନୂଆଗାଁ ,ଧାମନଗର  ଭଦ୍ରକ ।
ମୋ : 9776090824

No comments: