ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ସୁଶାନ୍ତ ରଣା , କଳାହାଣ୍ଡି

 " କାର୍ଗିଲ ବିଜୟ ଦିବସ "
-------------------------------------------
ଉଣେଇଶ ଅନେଶ୍ୱତ ମସିହାରେ
ପାକ୍- ଭାରତ ଲଢେଇ
ଆଜିର ଦିନରେ ବିଜୟୀ ହୋଇଲା
ମୋ ଦେଶ ଯବାନ ପାଇଁ ll

ଛଦ୍ମବେଶେ ଶତ୍ରୁ ପଶି ଆସିଥିଲେ
ଗୁପ୍ତରେ ମାରିବା ପାଇଁ
ଖବର ପାଇ ଆମ୍ଭ ବୀର ସନ୍ତାନ
ଲଢେଇରେ ଗଲେ ମାତି ll

ପାଞ୍ଚ ଶହ ସତେଇଶ ଯବାନ
ଶତ୍ରୁ ଗୁଳିରେ ସହିଦ
ଶତ୍ରୁ ମଲେ କେତେ ହିସାବ କରିବା
ପାକ୍ କୁ ମାଡ଼େ ଲାଜ ll

କାର୍ଗିଲ ଯୁଦ୍ଧରେ ବିଜୟୀ ହୋଇଲେ
ସନ୍ତାନଙ୍କୁ ଝୁରେ ମୋ ଦେଶ
ସେ ସ୍ମୃତିକୁ ମନେ ପକାଇ ପାଳୁଛେ
କାର୍ଗିଲ ବିଜୟ ଦିବସ ll
--------------------------------

 🖊️ସୁଶାନ୍ତ ରଣା 
    🏡ତେରେସିଂହା, ଜି. କଳାହାଣ୍ଡି 

No comments: