ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ସୁରେନ୍ଦ୍ର ନାଥ ସାହୁ , ଗଞ୍ଜାମ

 : କାର୍ଗିଲ୍ ବିଜୟ ଦିବସ :

ପଣ ପ୍ରାଣର ପୁଣ୍ଯ ବଳୀ ବେଦିରେ
ଯଜ୍ଞୀୟ ହବନ କାହାଣୀ।
ବିଜୟ ଦିବସ ବିରାଜି ଶୁଣାଏ ଶୁଣ
ଅମର ବଳୀଦାନୀ ଗୁଣି।।
ପୁରୁଷାର୍ଥ ନିସ୍ବାର୍ଥ ପୂତ ଲାଲ ରକତେ
ଲେଖିଛି ଯେଉଁ ସନ୍ତକ।
ନିଜ ମରଣକୁ ବରଣ କରି ରଖି ଅଛି
ବିଶ୍ବେ ଭାରତର ଟେକ।।
କାଳକାଳ ରହିଥିବ ୟେ ଗଉରବ ଗାଥା
ବିଷମ କାଳ ଯୁଗାନ୍ତକ।
ପରମ ବୀର ଯବାନ ଦୃଷ୍ଟି ଦାବାନଳେ
ଧ୍ବସ୍ତ ବିଧ୍ବସ୍ତ ପାକ୍ ପାପକ।।
ତେଇଶ ଦିନ ଧରି ଲାଗିଲା ଘନ ଯୁଦ୍ଧ
ଉଣେଇଶି ଶହ ଅନେଶତରେ।
ଶତୃ ଲଙ୍ଘି ସୀମା ଭିତରେ ପସିଥିଲା
କରି କୁଚକ୍ର ଗୁପତରେ।।
ନିଜ ଲହୁରେ ନିଜ ଲଲାଟେ ଟିକା ନାଇ
ତୟାର ହେଲେ ରଣବାଙ୍କୁରେ।
ପହଞ୍ଚିଲେ ତ୍ରାଳ ଲଦାଖ ଟାଇଗର ହିଲ୍
ତଳହଟିରେ ସତ୍ବରେ।।
ଦେଇ ଦେହ ପ୍ରାଣ ବୋଳି ସ୍ବ ରକ୍ତ ଚନ୍ଦନ
ହୋଇ ଅତି କ୍ଷତ ବିକ୍ଷତ।
ହରା ସମର ଜିତିଲେ ଆଜିର ତାରିଖେ
ପାକିସ୍ତାନେ କରି ପରାସ୍ତ।
ଅସମ୍ଭବ ଅଭେଦ୍ଯ ବୋଧ ଜନ୍ଯ ବାହୁ
କାଟି ସୌର୍ଯ୍ଯ କିରତି ରଚି।
ଧର୍ଯ୍ଯ ପରାକାଷ୍ଠାର
ପ୍ରୀତି ଦେଶ ହିତାର୍ଥେ ଉତ୍ସର୍ଗତାର
ମା ଭାରତୀ କପାଳେ ଈତିହାସେ ନୂଆ
ସୁନ୍ଦୁରୀ ସୌଭାଗ୍ଯ ଦେଲେ ଖଚି।

ସୁରେନ୍ଦ୍ର ନାଥ ସାହୁ
କଳମ୍ବ(ଡିହସାହି),
ପୋଲସରା,
ଗଞ୍ଜାମ,
୭୬୧୧୦୫,
ମୋ.ନଂ:-୮୧୨୮୯୧୯୨୫୬

No comments: