ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - କ୍ଷୀରୋଦ୍ର ସାହୁ , ଉତ୍ତରାଖଣ୍ଡ

:: କାର୍ଗିଲ୍ ବିଜୟ ଦିବସ ::

ଆଜି ବି ସ୍ମୃତି ହୋଇ ଭାସି ଆସେ ମାନସ କୋଣକୁ
ସେହି ଉଣେଇଶ ଅନେଶତ କାର୍ଗିଲ ଯୁଦ୍ଧ ଭୟାବହକୁ ।।
ବୀରର ଯାତକେ ପଛ ଘୁଂଚା ନୁହେଁ କ୍ରାନ୍ତି ମନ୍ତ୍ର ଧରି
ଭାରତ ମାତାର ସୁଯୋଗ୍ୟ ସନ୍ତାନ ରଣାଙ୍ଗନେ ଯୁଦ୍ଧ ତୂରୀ ।।
ବଜାଇଲେ ଦର୍ପେ ପାକିସ୍ତାନ ବିରୁଦ୍ଧେ ଷାଠିଏ ଦିନ
ଟଲିଲା ପାକିସ୍ତାନ ଉଡିଲା ଭାରତେ ବିଜୟ କେତନ ।।
ମନ ଶିହିରଣେ ସ୍ମୃତି ଉଦଗମ ଝରେ ଆକ୍ଷି ଲୁହ
ଭାରତ ସନ୍ତାନ ସହୀଦ ହୋଇଲେ ରଣେ ଉର୍ଦ୍ଧ୍ବ ପାଞ୍ଚ ଶହ ।।
                       କ୍ଷୀରୋଦ୍ର ସାହୁ
                           ହୃଷିକେଶ
                      ଉତ୍ତରାଖଣ୍ଡ
                      ୯୫୪୮୭୨୩୯୩୨

No comments: