ଏଇ ମୋର ଓଡିଶା
“”””””””””””””
ଏ ଦେଶ
ଏ ମାଟି ପାଣି ପବନ
କହେ ଶତ ଯୁଗର କଥା
ବୃକ୍ଷଲତା ଏ ସବୁଜିମା ଭରା
ଗାଏ ସେ ଅତୀତ ଗାଥା।
ଓଡିଆ ବୋଲି ଗରବେ କହୁ
ଆମ ଓଡିଆ ମାତୃଭାଷା
ସବୁଠୁ ବଢିଆ ମନରେ ଥୁଆ
ସେ ତ ଦହି ପଖାଳ କଂସା।
କ୍ଷେତି କରିବା,ମାଛ ଧରିବା
ପରା ଆମ ନିତି ଦିନ ବେଉସା
ଗରବ କରି ଗରବେ କହୁ
ଏଇ ଆମ ଓଡିଶା...
ଆମେ ଓଡିଆ,ଭାରି ବଢିଆ।
କଳା କାରୁକାର୍ଯ୍ଯେ ନିପୁଣ ଜାତି ଆମ
ଗଢିଛି ସହସ୍ର ମନ୍ଦିର
ଲିଂଗରାଜ,ଜଗନ୍ନାଥ ଓ କୋଣାର୍କ
ସେଥି ରୁ ଅନ୍ଯତମ।
କୋଣାର୍କ ମୁଣ୍ଡି ମାରି ଧରମା
ନାହିଁ କାହାକୁ ଅଜଣା
ସାକ୍ଷୀ ତାହାରି ଲହରିମାଳା
ବେଳାଭୂମି ଚନ୍ଦ୍ରଭାଗା।
କେତେ ରାଜା ମହାରାଜା ପରାକ୍ରମୀ
ଥିଲେ ଅନେକ ବିଦ୍ଯମାନ
ଅଶୋକ ଠାରୁ ପାରଳା ରାଜା
ଯଶ କୀର୍ତ୍ତି ଯେ ସଭିଁ ଙ୍କୁ ଜଣା।
ଆମେ ଓଡିଆ,ଭାରି ବଢିଆ।
ବାର ମାସରେ ତେର ପରବ
ବ୍ରତ,ଓଷା,ମାଣବସା
ଦଶହରା ଆଉ ଦୀପାବଳି ସହ
କୁମାର ପୂର୍ଣ୍ଣିମା ଜହ୍ନି ଓଷା ।
ଜଗନ୍ନାଥ ସେ ତ ଜଗତର ନାଥ
ଉଡଇ ଯହିଁରେ ପତିତ ପାବନ ବାନା
ଓଡିଆ ଙ୍କ ପୂଜ୍ଯ ଇଷ୍ଟ ଅଟନ୍ତି
ତେତିଶି କୋଟି ଦେବୀ ଦେବତା।
ମଣ୍ଡା ଆରିସା ଠୁ କାକରା ପିଠା
ଭରେ ମନେ ଅୟୁତ ଆଶା
ଯାନି ଯାତରା ଆଉ ମେଳା ପରବ
ଆମ ମାଟିରେ ସୁଗନ୍ଧ।।
ପୁରୀ ରଥଯାତ୍ରା ଠୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା
ସାରା ବିଶ୍ୱରେ ବିଖ୍ଯାତ।
ଆମେ ଓଡିଆ,ଭାରି ବଢିଆ।
ଏଇ ମାଟିରେ ଜନମି ଥିଲେ
କବି ଉତ୍କଳମଣି ଗୋପବନ୍ଧୁ
ମାନବ ସେବା ଯିଏ କରମ ମଣଇ
ସେ କୁନ୍ତଳା କୁମାରୀ ସାବତ।
ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଅଛି
ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ
ଭଳି ବୀର ସଂଗ୍ରାମୀ ଙ୍କ ନାମ
ଖୋର୍ଦ୍ଧାଗଡର ପାଇକ ବିଦ୍ରୋହ
ଓଡିଆ ଗୌରବର ଅନ୍ଯ ଏକ କାମ।
ଏ ଦେଶେ ନିଖୁଣ କଳା କାରୁକାର୍ଯ୍ଯ
ଦେଶ ବିଦେଶ ବିଖ୍ଯାତ
କହେ ଖୋଦେଇ ଭଗ୍ନ ଶିଳାଲେଖ
ଅମର ବୀରତ୍ୱ ଙ୍କ ଖ୍ଯାତି
ଧଉଳିଗିରି ଶୁଭ୍ର ଶାନ୍ତି ସ୍ତୁପ
କଉ କାଳରୁ ମୂକସାକ୍ଷୀ।
ଆମେ ଓଡିଆ,ଭାରି ବଢିଆ।
ସଂସ୍କୃତି ପରଂପରା ଯୁକ୍ତ ମାଟି ଆମ
ଯେଉଁଠି ଓଡିଶି ଜାତୀୟ ନୃତ୍ଯ
ଆଉ ହକି ଜାତୀୟ ଖେଳ ।
ପୁଚି କବାଡି ଆଉ ପାହାଡ ପାଣି
ଘରେ ଘରେ ପରିଚିତ ।
ବିଦେଶ ଯାଇ ଖ୍ଯାତି ଆଣଇ
ଦିଲିପ ତିର୍କି , ଦୂତି ଚାନ୍ଦ ଭଳି
ଅଛନ୍ତି ପ୍ରତିଭା ଅଗଣିତ।
ଆମେ ଓଡିଆ,ଭାରି ବଢିଆ।
©️ଶୁଭ୍ରା ସନ୍ତୋଷୀ ଗୌଡ
ରହିତ୍ କଲୋନୀ
ରାୟଗଡା-୭୬୫୦୦୧
No comments:
Post a Comment