ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ପ୍ରଜ୍ଞାଲୀନ ସାହୁ , ଜଗତସିଂହପୁର

       କାର୍ଗିଲ୍ ବିଜୟ ଦିବସ
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

କି ଗାଇବି ମୋ ଦେଶ ବୀର ପୁତ୍ର ଗାଥା 
ଯାହା ଲାଗି ଆଜି ମୋ ଭାରତ ମାତା ସୁରକ୍ଷିତ 
ମନେ ପଡେ ୧୯୯୯ ମସିହା ଜୁଲାଇ ଛବିଶ ଦିନ କଥା 
ରକ୍ତ ନଦୀର ମୁହାଣ ଛୁଟାଇ ଆମ ସେନା ଭାଇ 
ତ୍ରିରଙ୍ଗା ପତାକାର ମଥା କରିଥିଲେ ଉଚ୍ଚା ||(ଏକ )

ଆଜି ବି ଶୁଣି ସେ ବର୍ବରୋଚିତ ଆକ୍ରମଣ
ଭାରତୀୟ ସେନା ପ୍ରତି ପୈଶାଚିତ ଆଚରଣ
ହୃଦୟରେ ଭରିଉଠେ କୋହ 
ଆଖିରେ ଆସିଯାଏ ଲୁହ
କିନ୍ତୁ ଆମ ବୀର ସୈନିକ
ନ ହୋଇ ଭୟଭୀତ ଦେଇଥିଲେ ତା'ର ଜବାବ||(ଦୁଇ )

ଜଣା ନଥିଲା ଶତ୍ରୁର ଚକ୍ରବୀହୂ 
କି ନଥିଲା ପାଖେ ମାରଣାସ୍ତ୍ରମାନ 
ସାଥିରେ ନେଇ ବିଶ୍ୱାସ ଜାତୀୟ ଏକତା 
ଆଗେଇ ଯାଇଥିଲେ ଅଭିମନ୍ୟୁ ପରି 
ଜିଣିବାକୁ ଭାରତର ମାନ ||(ତିନି )

ଶେଷରେ ମାତୃଭୂମିର ସମ୍ମାନ ବଜାୟ ରହିଲା
ଅପରେସନ ବିଜୟ ସଫଳ ହୋଇଲା 
ପୃଥିବୀ ବକ୍ଷରେ ଭାରତ ହୋଇଲା ସମ୍ମାନିତ
ମନେପଡେ ଆଜି ସେହି ସୈନ୍ୟଙ୍କ ବୀରତ୍ଵ 
ସେଥିଲାଗି ତାଙ୍କରି ସ୍ମୃତିରେ ପ୍ରଣିପାତ କରି 
ଆଜି କରୁଛୁ କାରଗିଲ ଦିବସ ପାଳିତ ||(ଚାରି )
===========******============
ପ୍ରଜ୍ଞାଲୀନ ସାହୁ 
ଜଗତସିଂହପୁର 

No comments: