ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ସୂର୍ଯ୍ୟକାନ୍ତ ମଲିକ , କେନ୍ଦ୍ରାପଡ଼ା

.......ଗୁରୁହିଁ ଈଶ୍ୱର"....
ଜୀବନାନନ୍ଦ ପୂର୍ଣ୍ଣ 
ଏ ସାରା ସଂସାରେ 
ତୁମେହିଁ ସାକ୍ଷାତ ଈଶ୍ୱର 
ହେ ଗୁରୁ ପରଂବ୍ରହ୍ମ 
  ତୁମେହିଁ ଈଶ୍ୱର 

  ତବ ଚରଣରେ ଭାସି ଗଲେ ମୋର 
    ଏ ଜୀବନର ନଉକା 
   ପାରିକର ତୁମ୍ଭେ ଜଟିଳ ପଥର 
   ଯେତେ ସବୁ ଝଡ ଝଞ୍ଜା 
ହେ ଗୁରୁ ପରଂବ୍ରହ୍ମ 
ତୁମେହିଁ ଈଶ୍ୱର

ଦୂରକର ସବୁ କପଟର  ହିଂସା 
 ଯେତେ ସଂଚିତଏ ମନେ 
ଯାତନାର ସବୁ ଯନ୍ତ୍ରଣା ପୁଣି 
କସ କରାଅ ଏ ଶିରେ 
ହେ ଗୁରୁ ପରଂବ୍ରହ୍ମ 
ତୁମେହିଁ ଈଶ୍ୱର 

ଜାଳିଦିଅ ମନୁ ଅନ୍ଧାରକୁ ସତେ 
ପଥ ହୁଏ ପରିଷ୍କାର 
ଥକି ପଡେ ନାହିଁ ତୁମେ ଥିଲେ ପାଖେ 
ଏ ମୋ ପରମ ସୌଭାଗ୍ୟ 

ହେ ଗୁରୁ ପରଂବ୍ରହ୍ମ 
ତୁମେହିଁ ଈଶ୍ୱର 
ତୁମେହିଁ ଈଶ୍ୱର ll

            ସୂର୍ଯ୍ୟକାନ୍ତ ମଲିକ,
 ଘଣ୍ଟପଦା, କେନ୍ଦ୍ରାପଡ଼ା 

No comments: