::ଗୁରୁହିଁଇଶ୍ଵର::
ଗୁରୁ
ପରା ଆଉ ଅପରାର ଅବ୍ୟକ୍ତ ଔଷଧ
ତମସାଛନ୍ନ
ଦ୍ଵିତୀୟ ଚକ୍ଷୁ
ଗୁରୁ ଗ୍ୟାନଦାତା ସର୍ବାଧିକାରୀ -
ପରମେଶ୍ବର।
କେଉଁ ଅନାଦି କାଳରୁ
ବହିଅଛ ଅବତନ୍ସ
ମାନସ ସରୋବରେ ତୁମେ ଗୁରୁହନ୍ସ
ପିତାମାତା ଶିକ୍ଷା ଦୀକ୍ଷା କର୍ଣଗୁରୁ-
ସ୍ଵାମୀ
ଭାବାତିତ୍ତ ତ୍ରୀଗୁଣ ରହିତ ସଦ୍-
ସଦ୍ଗୁରୁ ନମାମୀ।
ସତ୍ୟ ସତ୍ୟ ପୁନଃ ସତ୍ୟମ ସତ୍ୟ-
ମେବଜୟତେ
ନାସ୍ତିଦେବୋ ନାସ୍ତି ଅର୍ଚ୍ଚନା- ଅଣାକାର ନମୋନମୋହ।
ଗୁରୁ
ଅଖଣ୍ଡମଣ୍ଡଳ
ଗୁରୁପ୍ରେମ କଳ୍ପତରୁ ମୋକ୍ଷଦ୍ଵାର
ଅବନୀଶ୍ଵର।
ଘୋର କଳିକାଳ
ଅଣାକାର ଏକାକ୍ଷର ଓକାର
ଗନ୍ଧପୁଷ୍ପ ଦୀପ ଧୂପ
ନୈବେଦ୍ୟର ସମ୍ଭାର
ମଳିନ ପଡିଯାଇଛି
ସଦଭାବନାର।ଚରିତ୍ରର,,,,,,,,,,,,,,,,,,,,,,,
ମିଥ୍ୟା ଅହଂକାର କଳିର ପ୍ରବଞ୍ଚନା
ଗୁରୁ ଏଠି ସଦାହୁଏ ନାନା ବିବସନା।
ସୌରାଚାରୀ ବ୍ୟଭିଚାରୀ କଳିର- ରାଜୁତି
ଗୁରୁ ଏଠି ପଲ ପଲ ଶିଶ୍ୟ- ଜଣେନାହାଁନ୍ତି।
ନାହିଁ ସେ ଗୁରୁକୁଳ ଶିକ୍ଷା
ଭକ୍ତି ବିଶ୍ୱାସର ଦଳିତ ତିତିକ୍ଷା
ସତଚିତ୍ ଆନନ୍ଦ
ଚିନ୍ତା ଓ ଚେତନାର ଅବକ୍ଷୟ
କ୍ଷୀର ନୀରର ଅଭେଦ୍ୟ
ନାହିଁ ସେ ହନସ୍ କନସର ପ୍ରତେୟ
ସତରେ,,,,,,,,,,,,,,,,,,,,,,,,,,,
ହେ କଳିହତ ମାନବ
ଜାଗିଉଠ ସାବଧାନ
କାଳନିମୀ ତୁମ ଚାରିପାଖେ
ଆଗ ନିଜକୁ ଚିହ୍ନ
ସମୟ ଆଗନ୍ତୁକ
ବିହନ ବଛା ବଛିର ମହାନିତ୍ୟ ଖେଳ
ଜାଳି ଦିଅ ଗୁରୁ ଶିକ୍ଷା ଦୀକ୍ଷାର- ମଶାଲ।
ଲିଭିଯାଉ ହିଁସା ଦ୍ଵେଷ ଭୁତାଣୁ- ସକ୍ରମଣ
ହସିଉଠୁ ବସୁଧୈବକୁଟୁମ୍ବକ
ଶିଷ୍ୟ ଯେବେ ହୋଇବ ପଣ ପଣ
ମନେ ନାହିଁକି,,,,,,,,,,,,,,,,,,,,,
ଆମେ ସବୁ ଅମୃତ ସନ୍ତାନ
ଏକଲବ୍ୟ ଅନୁସରଣ।
-ଦେବଦତ୍ତ ପ୍ରଧାନ
,ରଘରାଜପୁର,ଚନ୍ଦନପୁର,ପୁରୀ,ମୋ-9938636440
No comments:
Post a Comment