ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ରଞ୍ଜନ କୁମାର ଭୁକ୍ତା , ଅନୁଗୁଳ

       ::  ମୋ ଜନ୍ମଭୂମି ::
*************************
ଏଇ ସେ ପୁଣ୍ୟଭୂମି ଆର୍ଯ୍ୟାବର୍ତ୍ତ ଭାରତ
ଜନନୀ ଜଠରୁ ଯେଉଁଠି ହେଲି ଆଗତ
ସ୍ନେହ ମମତାରେ ଯେ ଘୋଡାଇଲା ପଣତ
ସେ ପ୍ରିୟ ମୋ ଜନ୍ମଭୂମି ଶ୍ରୀମନ୍ଦିର ନେତ।୧।
କାଶ୍ମୀର କନ୍ୟାକୁମାରୀ ମଧ୍ୟେ ଯେଉଁ ସ୍ରୋତ
ଜୀବନ ଯୁଦ୍ଧରେ ଜନ୍ମଭୂମି ମୋର କାତ
ମହାତ୍ମା ସୁବାଷ ସଙ୍ଗେ ସଂଗ୍ରାମୀ ଭଗତ
ଅମର ସଦା ହୃଦୟେ ଜନମି ଭାରତ।୨।
ଗର୍ବ ଆମ ଇତିହାସ ଗୀତା ଭାଗବତ
ସାରା ବିଶ୍ବ ଗାଉଅଛି ଗାଥା ଅବିରତ
ମନ୍ଦିର ମାଳିନୀ ଫର ଫର ଉଡେ ନେତ
ମୋ ଜନ୍ମଭୂମିରେ ଛନ୍ତି ଜଗତର ନାଥ।୩।
ପଞ୍ଚସଖା ଝାନ୍ସୀରାଣୀ କୁମାରୀ ସାବତ
ଜନ୍ମଭୂମି ପାଇଁ ତାଙ୍କ ବଢ଼ିଲା ମହତ
ଗୋପବନ୍ଧୁ ସେବା ପାଇଁ ଜନ୍ମଭୂମି ଖ୍ୟାତ
ଶାନ୍ତି ମୈତ୍ରୀ ଭାରତର ବିଶ୍ୱରେ ବନ୍ଦିତ।୪।
ପବିତ୍ର ବୀରଭୂମିରେ ଲୋକେ ଆତଙ୍କିତ
ମହାମାରୀ କରୋନା କରିଲା ବିଚଳିତ
ସବୁ ସହ୍ୟ କରିଅଛି ରଖି ବିନା ସର୍ତ୍ତ
ଜନ୍ମ ଭୂମି ଦାନ ସତେ ଅଚଳ ପର୍ବତ।୫।
ଜନ୍ମଭୂମି ଠାରୁ ବଡ଼ ଅନ୍ୟକେ ନୁହେଁ ତ
ତା ଋଣ ଶୁଝି ହେବନି ହେଲେ ଜନ୍ମ ସାତ
ଯୁଗେ ଯୁଗେ ରହିଥାଉ ମୋ ମସ୍ତକେ ହାତ
ଗୁଣ କୀର୍ତ୍ତନ କରିବି ମୁହିଁ ଅବିରତ।୬।
*************************
ରଞ୍ଜନ କୁମାର ଭୁକ୍ତା, ରାକସ,ତାଳଚେର
ମୋ-୯୪୩୯୪୯୯୬୧୫

No comments: